ଛଳନାର ଜୟ ଜୟ ନୁହେଁ
ଛଳନାର ଜୟ ଜୟ ନୁହେଁ
ଛାଡ ଖାଇ ଦିନେ କଂସେଇ ଖାନାରେ
କଂସେଇ ସେ ଜଣେ ବାନ୍ଧି
ଛେଳି ଖାସି କେତେ ଛେଦିବା ନିମନ୍ତେ
କରି ରଖି ଥିଲl ବନ୍ଦୀ ।
ଛାଡ଼ୁଥିଲେ ସେହୁ ନିତି ମୁର୍ହୂ ମୁର୍ହୂ
ମେଇଁ ମେ ଏଁ ଯେ ବୋବାଳି
ଛକି ରହି ଥିଲେ ଛଳନାକlରୀଏ
ମାଂସ କିଣି ନେବେ ବୋଲି ।
ଛଳନାରେ ମୁଖେ ଡାଳ ପତ୍ର କେତେ
ଖୁଆଉ ଥିଲେ ସେ ଛଳି
ଛନ୍ଦ କୂଟ ଆଉ କପଟ ରଚନା
କରି ଦେଉଥିଲେ ଗାଳି ।
ଛେଳି ଏ ନୀରିହ ଛଳନା ନ ଜାଣି
ବୃଥା ହେବେ ପ୍ରାଣେ ହତ
ଛାଡ ଖାଇ ଆଜି ପବିତ୍ର ଉତ୍ସାହ
ଦେଖିଲେ ଲାଗେ ଚକିତ ।
ଛଟ ପଟ ହୋଇ ତେଜିବେ ପରାଣ
ଆହା କି କରୁଣ ଦୃଶ୍ୟ
ଛନ୍ଦ କୂଟ ଆଉ କପଟେ ମଣିଷ
ମାରି କରିବ ମାଉଁସ ।
ଛନ ଛନ ମନ ପ୍ରାଣ ସଭିଙ୍କର
ଛନ୍ଦଣିରେ ବନ୍ଧା ପଡି
ଛଳାଇ ଛଳାଇ ଛେଳିଙ୍କୁ ଅନାଉ
ଥାଆନ୍ତି ଦେଖଣାହାରୀ ।
>
ଛାନିଆ ହୁଅନ୍ତି ମାଂସ କାଟି ନେବେ
ଖାଇବେ କରି ତର୍କlରୀ
ଛlଲ ଛେଲି ଛେଲି କଂସେଇ ଛାଡ଼ଇ
ସରିଲା ସରିଲା ରଡି ।
ଛାତ୍ର କେତେ ଜଣ ସଙ୍ଗତେ ଗାନ୍ଧିଜୀ
ଦୂରରୁ ଦେଲେ ଅନାଇ
ଛଳ ଛଳ ହେଲା ନୟନ ଯୁଗଳ
ଛେଳି ଙ୍କ ବିକଳ ଚାହିଁ ।
ଛପି ଛପି ସେଠି ଯାଇ ସେ ପ୍ରବେଶି
କହିଲେ କଂସେଇ ପାଖେ
ଛେଳି ଙ୍କ ବିକଳ ସହି ପାରୁନି ମୁଁ
ମେ ଆଁ ମେ ଏଁ ରଡି ଡାକେ ।
ଛଟ ପଟ ହୁଏ ପରାଣ ମୋହାର
ଛଳନା କର କିପାଇଁ
ଛଳନାର ଜୟ ଜୟ ନୁହେଁ କେବେ
ପ୍ରେମର ବିଜୟେ ଧାଇଁ ।
ଛେଳିଙ୍କ ବିକଳ ନିରେଖି ଅଥୟ
ଆସି ମୁଁ କହୁଛି ଭାଇ
ଛେଳି ଅଟେ ଜୀବ ତା ମଧ୍ୟେ ଈଶ୍ୱର
ଛନ୍ତି ବିରାଜିତ ରହି ।
ଛଳନାର ଜୟ ଜୟ ନୁହେଁ କେବେ
ପ୍ରେମ ହିଁ ପ୍ରକୃତ ଜୟ
ଛାଡ଼ି ଦେଲା ଛେଳି କ୍ରୋଧେ ରଡି କରି
ଘେନ ତୁମେ ଦୟାମୟ ।