STORYMIRROR

Sarmistha Palai

Tragedy

3  

Sarmistha Palai

Tragedy

ସ୍ୱାର୍ଥ ବଜାରରେ ସମ୍ପର୍କ ସଉଦା

ସ୍ୱାର୍ଥ ବଜାରରେ ସମ୍ପର୍କ ସଉଦା

1 min
203


ହସକୁ ଦେଲି ମୁଁ' ବିନା ମୂଲ୍ୟରେ ତ'

  ସ୍ୱାର୍ଥର ହାଟରେ କେତେ।

ତା' ବଦଳେ ମୋତେ ଲୁହ ତ' ମିଳିଲା

  ମାପିବି ପାରୁନି ଏତେ।


ହସ ଠାରୁ ଲୁହ ଅଧିକ ଦାମିକା

  ସହଜରେ ମିଳେ ନାହିଁ।

ବିଶ୍ୱାସ, ଭରଷା ଯେଉଁଠି ପ୍ରଗାଢ

  ସେଇ ଠାରେ ମିଳି ଥାଇ।


ସ୍ୱାର୍ଥପର ଏହି ଦୁନିଆଁ ହାଟରେ

  ସମ୍ପର୍କ ସଉଦା ହୁଏ।

ପୁରୁଣା ସମ୍ପର୍କ କମ୍ ଦର ହେଲେ

  ନୂଆ ଟି' ଅଧିକ ଯାଏ।


ନୂଆ ସମ୍ପର୍କ ଟା ମହ ମହ ବାସେ

  ପୁରୁଣା ଅତୀତ ଖୋଜେ।

ସ୍ୱାର୍ଥ ବଜାରରେ ନୂଆର ଚାହିଦା

  ପୁରୁଣା ଲୁହରେ ଭିଜେ।


ଯେଉଁ ସମ୍ପର୍କ ଟି' କଥା ଦେଇ ଥାଏ

  ଆଖିରେ ଦେବନି ଲୁହ।

ସେହି ସମ୍ପର୍କ ଟି' ପୁରୁଣା ହୋଇଲେ

  ଭରି ଦିଏ ହୃଦେ କୋହ।


ବିଶ୍ୱାସର ଏଠି ନିଶ୍ୱାସ ଛାଡ଼ୁଛି

  ସମ୍ପର୍କ ଦେଖି ଏମିତି।

କିଏ ବା' ନିଜର କିଏ ଅବା ପର

  ଦେଖି କରି ମତି ଗତି।


କ୍ଷଣିକରେ ଯିଏ ସମ୍ପର୍କକୁ ଭୁଲେ

  ଡର ଲାଗେ ବେଶି ତାକୁ।

ବଢ଼ିଲା ପଦାକୁ ରଖିବା ଆଗରୁ

  ପଡୁଛି ତ' ଭାବିବାକୁ।


ସ୍ୱାର୍ଥ ବଜାରରେ ସମ୍ପର୍କ ସଉଦା

  ଅହ ରହ ଚାଲି ଥାଏ।

ଆଶା ଅସୁମାରୀ ସ୍ବପ୍ନର ଉଆସ

  ଗଢି ପୁଣି ଭାଙ୍ଗି ଯାଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy