STORYMIRROR

Dharitri Das

Tragedy

3  

Dharitri Das

Tragedy

ଦୁଃଖ ମୋ ଭାଗ୍ୟରେ ଅଛି

ଦୁଃଖ ମୋ ଭାଗ୍ୟରେ ଅଛି

1 min
152

ଦୁଃଖ ପରେ ସୁଖ ସୁଖ ପରେ ଦୁଃଖ

  ଏହି ତ ସଂସାର ଖେଳ

ଦୁଃଖ ସହି ସହି ଦେହ ସୁହା ହେଲା

   କଟିଲା ଜୀବନ କାଳ।


ସୁଖ ଆଶା କରି ଜୀଇଁଛି ଜୀବନ

  କରିଛି ଭରସା ତୋତେ

କେବେ ଆଣି ଦେବୁ ସୁଖ ମୋ ଜୀବନେ

  କହରେ କାଳିଆ ମୋତେ।


ବେଳେ ବେଳେ ଭାବେ ଭଲ ପାଉ ମୋତେ

   ସବୁଠୁ ଅଧିକ ବୋଲି

ସୁଖ ଦେଉ ନାହୁଁ ମୋ ଜୀବନେ ତୁହି

  ଭାବୁ କାଳେ ଯିବି ଭୁଲି।


ନଦେଲୁ ନାହିଁରେ ସୁଖ ଜଗନ୍ନାଥ 

  ଦୁଃଖ ନାହିଁ ମୋର ମନେ

ସତ୍ୟ ଧର୍ମ ପଥେ ଚାଲିବାକୁ ବଳ

  ଭରି ଦିଅ ମୋ ଜୀବନେ।


ପାଶେ ପାଶେ ଥାଇ ସାହା ହୁଅ ତୁମେ

  ବାଟ କଢାଇବା ପାଇଁ

ଚଲାପଥ ମୋର  କୁସୁମିତ ହେଉ

  ତୁମରି ଭଜନ ଗାଇ।


ତୁମରି ଦର୍ଶନେ  ଖୁସି ହେଉଥିବି

   ଭାବିବିନି ଆଉ କିଛି

ମନେ ମନେ ସ୍ଥିର  କରିନେବି ମୁଁହି

  ଦୁଃଖ ମୋ ଭାଗ୍ୟରେ ଅଛି।


ଏତିକି କରୁଣା   କର ମହାପ୍ରଭୁ

  ଦୁଃଖକୁ ଆଦରି ନେଇ

ନୀଳକଣ୍ଠ ସାଜି  ବଞ୍ଚିବା ପାଇଁକି

  ସୁଖକୁ ଭୁଲିବି ମୁଁହି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy