STORYMIRROR

Chittaranjan Lenka

Tragedy Inspirational

3  

Chittaranjan Lenka

Tragedy Inspirational

ଆମେ ଓଡିଆ

ଆମେ ଓଡିଆ

1 min
13.9K


ଆମେ ତ ଓଡିଆ     ଭାଷା ବି ବଢିଆ

ତା ମହତ ଟେକି ରଖ

କେତେ କଷ୍ଟ ମଧ୍ୟେ   ବଞ୍ଚିଛି ଏ ଭାଷା

ତାକୁ ବି ଜାଣିବା ଶିଖ (1)


କେତେକ ଓଡିଆ     କଥା ପଦକରେ

ଅଙ୍ଗ୍ରେଜୀ ଦିଅନ୍ତି କହି

ଭାବନ୍ତି ସେମାନେ ଅଙ୍ଗ୍ରେଜୀ କହିଲେ

ବାହାଦୁରି ଯିବୁ ପାଇ(2)


ଓଡିଆ ଜାଣିବି        କେତେକଙ୍କୁ ଲାଗେ

ହିନ୍ଦୀ କହିବାଟା ଭଲ

ରାଷ୍ଟ୍ରଭାଷା ବୋଲି    କଥାରେ ବୁଲାନ୍ତି

ଏହା ଆଜିକାଲି ହାଲ(3)


ଜନ୍ମ ହେଉ ହେଉ     ଅଙ୍ଗ୍ରେଜୀ ଭାଷାକୁ

ପିଲାକୁ ଦେଉ ଶିଖାଇ

ଓଡିଆ ଭାଷାର       ସ୍କୁଲ୍ ଚାଲୁ ନାହିଁ

କିଏ ଏଥି ପାଇଁ ଦାୟୀ ?(4)

ଦେଶ ଓ ବିଦେଶ     ଭାଷା ଶିଖିବାଟା

ଅଟେ ନିଶ୍ଚେ ବଡ କାମ

ଘରକୁ ନ ଜଗି          ଗ୍ରାମକୁ ଜଗିଲେ

ରହିବ କି ବଡପଣ ???(5)


ଚିତ୍ତ ରଞ୍ଜନ ଲେଙ୍କା (କଟକ) ©


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy