STORYMIRROR

JITENDRA KUMAR KONHAR

Tragedy

3  

JITENDRA KUMAR KONHAR

Tragedy

ମୋର ବି ଇଚ୍ଛା ହୁଏ

ମୋର ବି ଇଚ୍ଛା ହୁଏ

1 min
13.9K


ମୋର ବି ଇଚ୍ଛା ହୁଏ 

କରିବାକୁ ଅଭିନୟ

ଦୁନିଆର ରଙ୍ଗ ମଞ୍ଚରେ...

ହୋଇ କାହାଣୀର ମୁଖ୍ୟ ଚରିତ୍ର ।।

ମୋର ବି ଇଚ୍ଛା ହୁଏ ତୁଳି ଧରି ଆଙ୍କିବାକୁ

ସୁନ୍ଦରଠୁ ସୁନ୍ଦର ଚିତ୍ରପଟ୍ଟଟିଏ,

ଟିକିଏ ଖୁସି ଟିକିଏ ପ୍ରଶଂସା ସାଉଁଟି ନେବାକୁ 

ସତରେ ମୋର ବି ଇଚ୍ଛା ହୁଏ ।।

ପୁଣି ଇଚ୍ଛା ହୁଏ ଲେଖିବାକୁ କଲମ ମୂନରେ 

ଶ୍ରେଷ୍ଠ ଗଳ୍ପ ଅବା କବିତାଟିଏ,

ଯେଉଁଠି ଛପି ରହିଥିବ

ପ୍ରତି ହୃଦୟକୁ ଭେଦ କଲା ଭଳି ଭାବନାଟିଏ ।।

ହେଲେ ଚାରି ଦିଗୁ କାହିଁ ଭାସିଆସେ 

ଏ କାହାର ବିରୋଧାଭାସ,

କହେ ମୁଖ୍ୟ ଚରିତ୍ର ନୁହେଁ ତୁ କେଉଁ କାହାଣୀର

ଅଟୁ ତୁ କେବଳ ଏକ ଗୌଣ ବ୍ୟକ୍ତିତ୍ୱ ।।

କିଛି ପାଇଥିଲେ ସିନା ଥାଏ 

ହରାଇବାର ଭୟ,

ସ୍ଥିତି ମୋର ପାଇନାହିଁ,

ହେଲେ,

ହୋଇଛି ମୋ ପରାଜୟ ।।

ମୁକ୍ତ ଆକାଶର ବିହଙ୍ଗ ସାଜିବାକୁ 

ଅବା କାହାକୁ ଭଲ ନ ଲାଗେ,

ହେଲେ ଏକ ଅଜଣା ଅଦୃଶ୍ୟ ବେଡି ଯେ ବନ୍ଧା

ମୋର ଦୁଇ ହସ୍ତେ ଆଉ ପାଦେ ।।

ପ୍ରତି ମୂହୁର୍ତ୍ତରେ ଅନୁଭବ ଏଠି 

ଗୌଣତାର

ଜାଣିନି ପାଇବି କି ପାଇବିନି 

ଠିକଣା ମୋ ମୁଖ୍ୟ ଚରିତ୍ରର  ।।

ଏ ଦୁନିଆର ରଙ୍ଗ ମଞ୍ଚରେ, 

ପ୍ରତି ମୂହୁର୍ତ୍ତରେ ଅନୁଭବ ଏଠି ଗୌଣତାର

ଜାଣିନି କେଉଁଠି ମୋ ସ୍ଥିତି ମୋ ପରିଚୟ,

ମୁଖ୍ୟ ନ ହେଲେ ବି

ମୁଁ ନୁହେଁ

କେବଳ

ଏକ ଗୌଣ ଅସ୍ତିତ୍ତ୍ୱ ।।

ଜିତେନ୍ଦ୍ର କୁମାର କହଁର,କଲାଡି,ଫୁଲବାଣୀ,କନ୍ଧମାଳ 

ଦୂରଭାଷ- ୯୪୩୯୫୪୨୫୨୧


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy