STORYMIRROR

JITENDRA KUMAR KONHAR

Romance

2  

JITENDRA KUMAR KONHAR

Romance

ତୁ ସାଥେ ଅଛୁ ବୋଲି

ତୁ ସାଥେ ଅଛୁ ବୋଲି

1 min
13.4K


ଭଲ ପାଇବା ତୋ ସାଥେ ଅଛି ବୋଲି

ଜିଇଁଛି ମୁୁଁ ଜିଇଁଛି,

କେଉଁ ଜନ୍ମର ପୁଣ୍ୟ ଫଳ ଥିଲା

ତୋତେ ପାଇଛି ମୁଁ ପାଇଛି।

ନିର୍ଜନ ପଥରେ ଏକାକୀ ପଥିକ

ରହିଥିଲି, ରହିଥିଲି,

ସରଗୁ କି ସତେ ପରୀଟିଏ ମୁୁଁ

ତୋ ରୂପରେ ପାଇଗଲି ।

ଖୁସି କହେ ସତେ ଯିବିନାହିଁ ଛାଡି

ରହିଥିବି, ରହିଥିବି,

ଚାଲିଗଲେ କେବେ ଆସିବାକୁ ପୁଣି

ଝୁରୁଥିବି, ଝୁରୁଥିବି।

ଆସିଲେ ବି ଦୁଃଖ ପାରେନାହିଁ ଭାଙ୍ଗି

ତୋ ପାଇଁ, ତୋ ପାଇଁ,

ତୁ ମୋର ହସ ପୁଣି ମୋ ସାହସ

ଆଉ କିଛି ଲୋଡା ନାହିଁ ।

ଯଦି କେବେ ଭାବେ କେମିତି ରହିବି

ତୋ ବିନା, ତୋ ବିନା,

ତମସାର ଘରେ ବନ୍ଦୀ ଯାଏ ହୋଇ

ମୋ ଭାବନା, ମୋ ଭାବନା।

ଜଣାପଡେ ନାହିଁ ଚଲାବାଟ ମୋର

ସାଥି ହୋଇ ତୁ ଚାଲୁଥିଲେ, ଚାଲୁଥିଲେ,

ପାଦ ମୋର ଜମା ଥକେ ନାହିଁ କାହିଁ

ପାଶେ ପାଶେ ତୁ ରହିଥିଲେ ।

ଆଖି ମୋ ଖୋଲିଲେ ଖୋଜେ କାହିଁ ତୋତେ

ଜାଣେନାହଁ, ଜାଣେନାହିଁ,

ତୋ ଭଲ ପାଇବା ବୋଧେ ଟାଣେ ତୋ ପାଖକୁ

ଟାଣି ହୋଇଯାଏ ମୁହିଁ।

ଶାଶ୍ଵତ ପ୍ରେମର ପରିଭାଷା ତୁହି

ଜାଣିଛି ମୁଁ ଜାଣିଛି,

ରଖିବାକୁ ଭାଗ୍ୟ ହୃଦୟରେ ମୋର

ତୋତେ ଲଭିଛି, ମୁଁ ଲଭିଛି।

ଜିତି ଯିବି ମୁହିଁ ଯେତେ ସବୁ ବାଜି

ଏଇ ମୋ ଜୀବନର, ଜୀବନର,

ତୁ ଖାଲି ରହିଥା ଏମିତିରେ ସଦା

ସାଥେ ମୋର, ସାଥେ ମୋର।

ଲାଗେ ସବୁଦିନ ପୂର୍ଣ୍ଣିମା ପୂର୍ଣ୍ଣିମା

ନିଶ୍ଚିହ୍ନ ଅମା ଅନ୍ଧକାର,

ଜଣେ ଦେହ ହେଲେ ଜଣେ ତ ଜୀବନ

ପୂର୍ଣ୍ଣତା ତୁ ମୋର।

ତୋ ଭଲ ପାଇବା ମଧୁଭରା କଥା

ଶୁଣି ମନ ମୋର ଯାଏ ମୋହି,

ସ୍ୱର୍ଗର ଅନୁଭବ ଲାଗେ ସତେ ସବୁ

ତୋ ଭାବନାରେ ଯାଏ ବୋହି।

ସରେନାହିଁ ସତେ ଯେତେ କହିଲେ ବି

ତୋ କଥା, ତୋ କଥା,

ଅମର କି ହେବ ସତେ ଏଇ ଆମ

ପ୍ରେମ ଗାଥା, ପ୍ରେମ ଗାଥା।

××××××××××ମୋ ଭାଷା ଓଡିଆ×××××××××

ଜିତେନ୍ଦ୍ର କୁମାର କହଁର(କଲାଡି,ଫୁଲବାଣୀ)

ଭ୍ରାମ୍ଯଭାଷ-୯୪୩୯୫୪୨୫୨୧


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance