STORYMIRROR

JITENDRA KUMAR KONHAR

Inspirational

2  

JITENDRA KUMAR KONHAR

Inspirational

ଅଲୋଡା କି ବାପା ମା' ?

ଅଲୋଡା କି ବାପା ମା' ?

2 mins
14.2K


କେତେ ଜପତପ କରିଥିଲୁ ସତେ

ଶୂନ୍ୟ କୋଳ ପୂର୍ଣ୍ଣତା ପାଇଁ,

ବିଧାତା ଦାୟରେ କୁମ୍ଭ ଭରିଥିଲା

ହୃଦରତ୍ନହାରା ପାଇ।

ସାତ ଘେରା ହୋଇ ତୋ ମା' ପଣତ

ରକ୍ଷା କବଚ ସାଜିଥିଲା,

ଉଦରକୁ ତୋର ଦାନା ଦେଇ ଯା'ର

ଭୋକ ଶୋଷ ମେଣ୍ଟୁ ଥିଲା।

ନାନାଦି ବ୍ୟଞ୍ଜନ ମା' ହାତ ପରଷା

ତୁ ଚାହୁଁଥିଲୁ ବୋଲି,

ପ୍ରକାଶିବା ଆଗୁ ଯାଉଥିଲା ଆସି

ସବୁକୁ କି ତୁ ଗଲୁ ଭୁଲି।

ହାତ ଯା'ର ଧରି ଶିଖିଲୁ ତୁ ଚାଲି

କେମିତି ପାରିଲୁ ସେ ହାତ ଛାଡି,

କେତେ ଆଶା ଥିଲା ହେବୁ ତୁହି ବୋଲି

ବୃଦ୍ଧ କାଳେ ଆଶା ବାଡି ।

ତୁଣ୍ଡେ ତୋର ଶୁଭେ କାହିଁ ଜରା ଶ୍ରମର କଥା

ଆତ୍ମା ହୁଏ ଅଣ ନିଶ୍ଵାସି,

ଗଢିଲି ଯାହାକୁ ଏତେ ଯତନରେ

ଲୋତକେ ମୋ ସେ ପାରୁଛି କେମିତି ହସି ।

ଜାଗ୍ରତ ପ୍ରହରୀ ଚିର ଦିବାନିଶି

ହୋଇ ତୋ ପାଇଁ ରହିଥିଲୁ,

ଦୁଇ ପାଦେ ତୋର ଆଜି ଠିଆ ହେଲୁ ବୋଲି

ଆମେ ଅଲୋଡା କି ହୋଇଗଲୁ।

ବାଳୁତରେ ତୋର ଅଜବ ପ୍ରଶ୍ନର ଉତ୍ତର ଦେବାକୁ

ଥକି ନାହୁଁ ଆମେ କେବେ,

ଆଜି ଆମ ଗୋଟିଏ ପ୍ରଶ୍ନର ଉତ୍ତର ପାଇଁ କି

ସମୟ ନାହିଁ ତୋ ପାଶେ।

ପେଟେ ଦେଇ ଓଦା କନା ସଞ୍ଚି ଚାଲିଥିଲୁ

ତୋ ସୁରକ୍ଷିତ ଭବିଷ୍ୟ ପାଇଁ,

ଆଜି ରତ୍ନ ମହଲେ ବିରାଜିଲୁ ସିନା

ବାପା ମା' ଆଜି ବାର ଦୁଆରେ

ଦାନା ମୁଠେ ପାଇଁ କାହିଁ।

କଲୁ କଳୁଷିତ ପିତା ପୁତ୍ରର ସମ୍ପର୍କ

ଛାଡି ଗଲୁ ଯମ ଦୁଆରେ,

ଭାବିଲୁନି ଟିକିଏ ବାପା ମା' କଥା

ଭସାଇଲୁ ମଝି ଦରିଆରେ।

ସେନେହ ଆଦରେ କି ଊଣା କରିଥିଲୁ

ସାଜିଲୁ ନୟନେ ଅଶ୍ରୁର ଧାର,

ଖୁସିର ଜୁଆର ଆଣିବୁ ବୋଲି କହି

ସବୁ କରିଲୁ ପାଣିର ଗାର ।

କେତେ ଅଳି ତୋର କେତେ ଯେ ଅଝଟ

ସବୁତ କରିଥିଲୁ ନିଜର,

ଆଜି କି ବାପା ମା ବୋଝ ହୋଇଗଲେ

କେମିତି ହେଲୁ ଏତେ ସ୍ଵାର୍ଥପର ।

କ୍ଷୁଧାର ଜ୍ବାଳା ଦାଉ ସାଧେ ଆଜି

ପୁଣି ଗଲୁ ତୁ ପର କରି,

ଅନ୍ତ ଫାଡି ତୋତେ ଜନମିଲା ଯେ

ଭୁଲି ପାରିଲୁ ତା'କୁ କିପରି।

ବିବେକ କି ଗଲା ତୋ ପାଖେ ହାରି

ଦିବା ଅମାବାସ୍ୟା ଦେଲୁ ଜୀବନେ ଭରି,

ବୁଝି ପାରିଲୁନି ମମତାର ମୂଲ

ଲାଗିଲାଣି ଜୀବନ ଭାରି ଠାରୁ ଭାରି ଭାରି।

ପ୍ରତି ମୁହୁର୍ତ୍ତରେ ଡାକ ଆଜି ମୃତ୍ୟୁର

ଏ କି ପିତା ମାତାର ଋଣ ପରିଶୋଧ,

ଲୁହ ଜାଗାରେ ଆଜି ଲହୁ ଉପନୀତ

ଭୂମିଷ୍ଠ କରିବା ତୋତେ ଥିଲା କି ଅପରାଧ।

ଭଗ୍ନାବସ୍ଥାରେ ବିଶ୍ଵାସର ବିଶ୍ଵାସ

ଆଉ କି ଯୋଡି ହୋଇବ,

ଦିବସର ଅପରାହ୍ନେ ସବୁକିଛି ଆଜି

ଚାତକର ସ୍ଵପ୍ନ ସତ କି ହୋଇବ।

କାନ୍ଦିବା ପାଇଁ କି ଲୁହ ଆଉ ନାହିଁ

କହିବା ପାଇଁ କି ଜିହ୍ଵାରେ କଥା,

ବଞ୍ଚି କି ବି ମୃତ ପ୍ରାୟ ଆଜି

ସବୁଠୁ ବଳିଗଲା ଏ ବ୍ୟଥା ।

ଚାରି ଦିଗେ ଖାଲି ମରୁ ବାଲି ଦିଶେ

ରୌଦ୍ର ବି ଦାଉ ସାଧେ,

ମୁଖାଗ୍ନି ପାଇଁ କି ଯିବୁନାହିଁ ଆଉ

ଶ୍ମଶାନେ ତୋ'ରି କାନ୍ଧେ ।

ପୁତ୍ର ସୁଖ ଯଦି ଏମିତି ହାଏ

କୋଟି କୋଟି ଗୁଣେ ଭଲ ଅପୁତ୍ରିକ,

ଶବଦ ହୁଏନି ସିନା ଅନ୍ତରୁ ଚିତ୍କାର ମୋ

ଲୋଡା ନାହିଁ ଏମିତି ସନ୍ତକ ।

ଲୋଡା ନାହିଁ ଏମିତି ସନ୍ତକ ।

××××××××ମୋ ଭାଷା ଓଡିଆ××××××××

ଜିତେନ୍ଦ୍ର କୁମାର କହଁର,ଶିକ୍ଷକ(କଲାଡି,ଫୁଲବାଣୀ)

ଦୂରଭାଷ-୯୪୩୯୫୪୨୫୨୧ 


Rate this content
Log in

Similar oriya poem from Inspirational