STORYMIRROR

JITENDRA KUMAR KONHAR

Inspirational

2.5  

JITENDRA KUMAR KONHAR

Inspirational

ବନ୍ଧୁତା

ବନ୍ଧୁତା

1 min
14.4K



ବନ୍ଧୁ ବିନା ଜୀବନ କି ଜୀବନ,

ହସ ଆଉ ଖୁସି ଲାଗେ

ଖାଲି ସ୍ବପ୍ନ ଆଉ ସ୍ବପ୍ନ ।


ବନ୍ଧୁ ତ ଓଠର ଅଲିଭା ହସ

ହୃଦୟରେ ଯାର ବାସ,

ଯେ ପାଶେ ଥିଲେ ରହି

ଯାଏ ଭୁଲି ଯେତେ ଅବଶୋଷ।


ସମ୍ପର୍କର ଅନ୍ୟ ଏକ ନାମ ବନ୍ଧୁତା

ଜୀବନର ଅନ୍ୟ ଏକ ନାମ ବନ୍ଧୁତା,

ଦୁଃଖ ଭିତରେ ବି ସୁଖର ଅନୁଭବ

ସେଇ ତ ଅଟଇ ବନ୍ଧୁତା।


ନା ଦିଏ ହାରିବାକୁ

ନା ଦିଏ ଥକି ପଡ଼ିବାକୁ,

ସାଜିଯାଏ କେତେବେଳେ ଅନ୍ତରର ଶକ୍ତି

ପାଦ ବଢ଼ାଇ ଆଗକୁ ଚାଲିବାକୁ।


ଛାଇ ପରି ପାଶେ ଥାଏ

ସତେ ଯେମିତି ପ୍ରହରୀ ଟିଏ,

ଅନ୍ଧାର ଭିତରେ ଯେମିତି ଆଲୁଅ ଟିଏ

ସ୍ଥିତି ତାର ସଦା ରହିଥାଏ।


ବିତିଯାଏ ସମୟ ଜଣାପଡେ ନାହିଁ

ବନ୍ଧୁ ଗହଣ ରେ ଥିଲେ,

ସ୍ୱର୍ଗ ସୁଖର ଆସର ଯେମିତି

ମରତ ମଣ୍ଡଳେ ଖେଳେ।


ବନ୍ଧୁତାରେ କେବେ କାହାର ନ ଆସୁ ଇତି

ଠାକୁର ପାଖେରେ ଏତିକି ପ୍ରଣତି,

ଅଖଣ୍ଡ ରହୁ ଚିର ବନ୍ଧୁତ୍ୱ ଜ୍ୟୋତି

ଯାଉ ଏ ଜୀବନ ବନ୍ଧୁତାରେ ବିତି।




Jitendra Konhar (Jitu)


Rate this content
Log in

Similar oriya poem from Inspirational