STORYMIRROR

JITENDRA KUMAR KONHAR

Tragedy

4  

JITENDRA KUMAR KONHAR

Tragedy

ଅତୀତର ପ୍ରତିଧ୍ୱନି

ଅତୀତର ପ୍ରତିଧ୍ୱନି

2 mins
22.7K

ଜାଣେ ଖୁସି

ଧୀରେ ଧୀରେ ଲୁହ ହୋଇଗଲା

ତଥାପି ଆଜିବି ଲାଗେ

ହଁ ସେ ଅତୀତ ହିଁ ଭଲ ଥିଲା...


ଜାଣେ ଫେରିବା

ଅସମ୍ଭବ ଅତୀତକୁ କେବେ

ଅସମ୍ଭବ ବି ସାଉଁଟିବାକୁ ହାତ ପାପୁଲିକୁ

ତଥାପି ଇଛା ହୁଏ ପୁଣି ଅତୀତରେ ଜୀଇଁବାକୁ...


କଷ୍ଟ କିଛି ଅଧିକ ହିଁ ଥିଲା

ହେଲେ ଖୁସି ଅଧିକ ନିଜର ଥିଲା

ନିଜ ଠୁଁ ପର ହେଲା ପରେ ବି

କାହିଁକି କେଜାଣେ ତଥାପି ନିଜର ହିଁ ଲାଗୁଥିଲା

ବୋଧହୁଏ ସେ ଅତୀତ ହିଁ ଭଲ ଥିଲା


ହାତ ହାତରୁ

ଅଲଗା ହୋଇ ଯାଇଥିଲା

ପାଦ ତା ବାଟ ସ୍ଥିର କରି ସାରିଥିଲା

ସ୍ମୃତି ପୁଣି କେବେ ଧାରେ ଗାରେ ଲୁହ ସାଜୁଥିଲା

ବୋଧହୁଏ ହଁ ସେ ଅତୀତ ହିଁ ଭଲ ଥିଲା


ସମ୍ପର୍କର ବେଡ଼ି ରୁ

ନିଜକୁ ମୁକ୍ତ ଭାବି ସାରିଥିଲା

ଯେବେ ନିଜଠୁ ସେ ନିଜେ ଅଲଗା ହୋଇଥିଲା

ତଥାପି ଅଜାଣତରେ କାହିଁକି ଯେ ଝୁରୁଥିଲା

ବୋଧହୁଏ ହଁ ସେ ଅତୀତ ହିଁ ଭାରି ନିଜର ଥିଲା


ସେଇ ଅଳ୍ପ କିଛି ମୁହୂର୍ତ୍ତ

ଏବେର ହଜାର ମୁହୂର୍ତ୍ତ ଠୁଁ ମୂଲ୍ୟବାନ ଥିଲା

କଷ୍ଟ ଥିଲେ ବି ବାସ୍ କିଛି ନିଜର ବୋଲି ଥିଲା

ସେଥିପାଇଁ ହିଁ କିଛି ମନେ ପଡ଼ିଯାଏ

କାହିଁକି ନା ଅତୀତର ସେଇ ପୃଷ୍ଠା ହୃଦୟରୁ ଲେଖା ଥିଲା


ବର୍ତ୍ତମାନ ଲାଗେନି ସରି

ଜମା ବି ସେ ଅତୀତ ପାଖରେ

ଭାବି ବସେ ସେଥିପାଇଁ

ସମୟ ପଛକୁ ବି ଫେରି ପାରନ୍ତା କି ଥରେ

ଯାଇ ଦେଖି ଆସନ୍ତି ଯାହା ରହିଥିଲା

କାହିଁକି ନା ସେ ଅତୀତ ହିଁ ଭଲ ଥିଲା....


ଦୀର୍ଘ ଦିନରୁ ନଜର ଲାଗି ସାରିଥିବା

ହସକୁ କାହା ନଜର ନ ଲାଗୁ ବୋଲି

ଆଜିବି ମନ କୁହେ ହା ହା ହା

କାରଣ ସେତେବେଳେ ସେ ବହୁତ ହସିଥିଲା

ସେଥିପାଇଁ କୁହେ ବୋଧେ ମୋ ଅତୀତ ହିଁ ଭଲ ଥିଲା


ସେ ସିନା

ବୁଝି ପାରିଲାନି

ହେଲେ ତା ପରି ବି

ଆଉ କିଏ ବୁଝି ପାରେ ଯେ

ନା ଆଉ କେହି ବି ନୁହେଁ

ସେଥିପାଇଁ ତ ତାକୁ ହଜିଲା ଅତୀତ ଏବେବି ବାନ୍ଧି ରଖେ


ସେଇ ପେଟ ଦରଜ

ହେବା ଯାଏଁ ମନ ଖୋଲା ହସ

ଆଜି ଯେ ନିରୁଦ୍ଦିଷ୍ଟ... ତା ସାଥିରେ ହିଁ ମିଳୁଥିଲା

ସେଥିପାଇଁ ତ କୁହେ ବୋଧେ ସେ ଅତୀତ ହିଁ ଭଲ ଥିଲା


ନିଜର ସ୍ୱାଭିମାନ ବଡ଼ ଥାଇ ବି

ତା ପାଖରେ ହାରିବାକୁ ଇଛା କରୁଥିଲା

ସୁନା ପିଲାଟିଏ ପରି ସବୁ କଥା ମାନି ଯାଉଥିଲା

ଯେମିତି ଖୁସିର ଠିକଣା ତାକୁ ଖୋଜି ଆସିଥିଲା

ତେଣୁ ତ ଲାଗେ ସେ ଅତୀତ ହିଁ ବହୁତ ଭଲ ଥିଲା...


ସବୁ କିଛି

ହୃଦୟରୁ ଜଡ଼ିତ ଥିଲା

ହଁ ସେଇ ହୃଦୟର ସ୍ପନ୍ଦନର ବେଗ 

ଯାହାପାଇଁ ଦିନେ ହଠାତ ବଢ଼ି ଯାଉଥିଲା

ତା' ପାଇଁ ହି ଦିନେ ପଥର ବି ସାଜିଗଲା

ଦୋଷ ଦେଇ ବି ଦେଇ ପାରିଲାନି ତାକୁ

ସେ ତ ସେଇ ହୃଦୟକୁ ଦିନେ ସାଇତି ରଖିଥିଲା

ତେଣୁ ବୋଧେ ଆଜି ବି କୁହେ

ସେ ଅତୀତ ହିଁ ଭଲ ଥିଲା ମୋ ଅତୀତ ହିଁ ଭଲ ଥିଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy