STORYMIRROR

JITENDRA KUMAR KONHAR

Inspirational

3  

JITENDRA KUMAR KONHAR

Inspirational

ଅଦୃଶ୍ୟ ସମ୍ପର୍କ

ଅଦୃଶ୍ୟ ସମ୍ପର୍କ

1 min
13.1K


ତୁମେ ମୋର କେହି

ନିଜର ତ ନୁହଁ

ତଥାପି ଲାଗେ ନିଜର ଠୁ କମ ନୁହଁ,

ତୁମେ ମୋର ବନ୍ଧୁ ବି ତ ନୁହଁ

କିନ୍ତୁ ଲାଗେ ବନ୍ଧୁ ଠାରୁ ବି କମ ନୁହଁ।

ନା ତୁମେ ମୋର

ପୂର୍ଣ୍ଣ ପରିଚିତ ନା ମୁଁ ତୁମର,

ତଥାପି ତୁମର ଅନୁଭବ ଖୁସି ଦିଏ

ଜାଣିନି ଏ ସମ୍ପର୍କ ନିଜକୁ ନିଜେ କଣ ନା' ଦିଏ।

ନା ତୁମ ମୁହଁ ମୁଁ କେବେ ଦେଖିଛି

ନା ଦେଖିବାକୁ ଚେଷ୍ଟା କରିଛି,

ହଁ କଳ୍ପନାରେ କେତେ ଥର

ତୁମ ଛବି ଆଙ୍କିବାକୁ ଚେଷ୍ଟା କରିଛି।

ତୁମ କଣ୍ଠ ସ୍ୱର କେବେ ଶୁଣିନି

ତଥାପି ମଧୁରତାର ଅନୁଭଵ ଦିଏ

ସତରେ ତୁମ ପାଇଁ ପୁଣି

ବିଶ୍ୱାସକୁ ବିଶ୍ୱାସ କରିବାକୁ ଇଛା ହୁଏ।

ଯେବେ ବି ଲୋଡିଛି ତୁମ ହାତ

ବିନା ପ୍ରଶ୍ନରେ ବଢ଼ାଇ ଦେଇଛ,

ମୁଁ ତ କେବେ କିଛି ଦେଇ ପାରି ନାହିଁ

କିନ୍ତୁ ତୁମେ ଆନ୍ତରିକତା ର ଅନୁଭବ

ବାରମ୍ବାର ଦେଇଛ।

ନା ପ୍ରତି ବଦଳରେ ତୁମେ କେବେ

ମୋ ପାଖରୁ କିଛି ଚାହିଁଛ,

ନା ମୁଁ ତୁମକୁ କିଛି ଦେଇ ପାରିଛି

ନା ସେଥିପାଇଁ ତୁମେ ମୋ ପାଖରେ

କେବେ କିଛି ଅଭିଯୋଗ କରିଛ।

ଜାଣିନି ତୁମ ଆଉ ମୋ ଭିତରେ ଥିବା

ବିଶ୍ୱାସର ବୀଜର ଆଧାର କ'ଣ,

ବୋଧହୁଏ ନିଃସ୍ୱାର୍ଥପର ମଣିଷ ପଣିଆ

ସେଥିପାଇଁ ତ ବିନା ସର୍ତ୍ତରେ ତୁମେ

ମୁଁ ନ ଜାଣିଲେ ବି ମୋ ସାଥିରେ ସଦା ରହିଅଛ।

#########@@@########


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational