STORYMIRROR

JITENDRA KUMAR KONHAR

Romance

3  

JITENDRA KUMAR KONHAR

Romance

ତୋ ପରି

ତୋ ପରି

1 min
340

ଜାଣତରେ ହେଉ

ଅବା ଅଜାଣତରେ ହେଉ

ତୁମ ପାଇଁ ଏଇ ଓଠ ବେହିସାଵ ହସିଛି

ଆଜି ତୁମେ କଷ୍ଟଟିଏ

ସାଜିଗଲା ପରେ ବି କାହିଁକି କେଜାଣି

ମୁଁ ତୁମକୁ ମୋ ଖୁସି ରୂପରେ ହିଁ ଦେଖି ପାରୁଛି

ହଁ କିନ୍ତୁ ଏଇଟା ସତ ଯେ

ତୁମେ ବାସ୍ତବତାରୁ ସ୍ମୃତିର ରୂପରେ ବଦଳି ଯାଇଛ

ଆଉ ମୁଁ ଅଫେରା ବାଟର କାହା

ପାଦ ଶବ୍ଦର ସ୍ପନ୍ଦନ ପାଇଁ ଏବେବି ଯେମିତି ଚାତକ ସାଜିଛି

ଜାଣେ ନା

ଆଗାମୀ ମୁହୂର୍ତ୍ତରେ କଣ ଅଛି

ଆଉ ସେ ସାଥିରେ କଣ ନେଇ ଆସୁଛି

ତୋ ପରି ତ ଆଉ ଏ ଦୁନିଆରେ କେହି ନାହିଁ

ତଥାପି ତୋ ପରି ଆପଣାର ବ୍ୟକ୍ତିତ୍ୱ ଟିକୁ ଯେମିତି 

ଏ ମନ ବାରମ୍ବାର ଖୋଜି ଚାଲିଛି....

ଯେବେ ଆସେ ସମୟ ସ୍ରୋତରେ

କେବେ ପ୍ରଶ୍ନ ବାଚକର ଚିହ୍ନ

ତୁ ହିଁ ଉତ୍ତର ବାରମ୍ବାର ସାଜିଯାଉ

ଯେବେ ନିରବେ ବସିଥାଏ ଏକାନ୍ତରେ

ତୁ ହିଁ ମୋ କଳ୍ପନା ସାଜି ଯାଉ

କୁହନ୍ତି ନା ଯେତେବେଳେ ଆମେ କିଛି

ହରାଇ ଦେଇଥାଉ ସେତେବେଳେ ହିଁ ତାର ମହତ୍ତ୍ୱ ଅଧିକ ବୁଝିପାରୁ ବୋଲି

ଠିକ୍ ସେଇ କଥା ବୋଧହୁଏ ମୋ କ୍ଷେତ୍ରରେ ଚାଲିଛି ତତେ ନେଇ

ତୁ ଅଛୁ ମନା ନାହିଁ

କିନ୍ତୁ କାହିଁ ସେ ଖୁସି ଯିଏ ଦିନେ ଉଛୁଳି ପଡୁଥିଲା

କାହିଁ ସେଇ ଆତ୍ମୀୟତା

ଯିଏ ଦିନେ ଦୁଇ ଜଣକୁ ଗୋଟିଏ ବନ୍ଧନରେ ବାନ୍ଧି ରଖିଥିଲା

ତୋର ଅବା ଦୋଷ କ'ଣ?

କିଛି ନ ଥାଇ ବି ତୁ ତ ଅଛୁ ନା

ମାନବିକତାର ଦ୍ୱାହି ଦେଇ

ନିଜ ପାଇଁ କେହି କେବେ ଟିକିଏ କଷ୍ଟ ପାଆନ୍ତୁନି ବୋଲି...

ବେଶ ଭଲ କଥା

ମୁଁ ବି ଚାହେଁ ସମ୍ପର୍କଟିଏ ରହିଥାଉ

ହେଲେ ଏ ବିଚରା ମନ କ'ଣ ସେ ସବୁ ବୁଝି ପାରେ...

ବିବେକ ସହ ପ୍ରତି ମୁହୂର୍ତ୍ତରେ ତା'ର ଦେଖା

ସେ ବି ଅହରହ ବୁଝାଇବାକୁ ଚେଷ୍ଟା କରେ ତାକୁ

ହେଲେ ଏ ମନ 

ସବୁ ବୁଝିବି ଯେମିତି ଜମା ବି ବୁଝି ପାରେନି...

ଯେମିତି ମନର ବି ଆଉ ଗୋଟିଏ ମନଟିଏ ଅଛି...

ଅବିଶୋଷ ତ ନାହିଁ

ତଥାପି ତୁ ମନେ ପଡ଼ୁ

ସେଥିଲାଗି ଆଉ କାହା ପାଖରେ ବି

ତତେ ନେଇ ବେଳେ ବେଳେ ଅନୁଶୀଳନ କରି ବସେ

କିନ୍ତୁ ସବୁବେଳେ ସେଇ ଗୋଟିଏ ନିର୍ଯ୍ୟାସ

ତୋ ପରି ସତେ ଯେମିତି ଆଉ କେଉଁଠି ବି କେହି ନାହିଁ.....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance