STORYMIRROR

JITENDRA KUMAR KONHAR

Inspirational

2  

JITENDRA KUMAR KONHAR

Inspirational

ବର୍ଷା

ବର୍ଷା

2 mins
13.7K


ବର୍ଷା ଭାରି ଭଲ ଲାଗେ
ଜାଣିନି କଣ ପାଇଁ 
ବୋଧହୁଏ ସେ ନେଇ ଆସେ ବୋଲି 
ତା' ସାଥିରେ ତୁମ ସ୍ମୃତିର ଛିଟା ଯେତେ।

ବର୍ଷା ଭାରି ଭଲ ଲାଗେ
ସ୍ପର୍ଶ ରେ ତାର ଭିଜିବାକୁ,
ଦେହ ସହ ମନକୁ ଓଦା କରିବାକୁ
ଇଛା ହୁଏ ଯେମିତି ବର୍ଷାର କେବଳ ବର୍ଷାର ହୋଇଯିବାକୁ।

ବର୍ଷା ମୋ ପାଇଁ କେବଳ
ନା' ଟିଏ ନୁହେଁ,
କି ଆକାଶରୁ ଝରି ପଡୁଥିବା ଅନେକ
ଜଳ ବିନ୍ଦୁର ସମାହାର ନୁହେଁ
ସେ ସନ୍ତକ ସେ ସାକ୍ଷୀ ଆମ ପ୍ରେମର
ଯେବେ ତୁମେ ଆସିଥିଲ ଜୀବନେ
ସେ ହିଁ ତ ପ୍ରଥମେ ସ୍ୱାଗତ କରିଥିଲା
ଆଉ ଅଭିବାଦନ ଜଣାଇ ଥିଲା।

ବର୍ଷା ସାଇତିଛି ସଜାଡ଼ିଛି
ଆମ ସଂପର୍କ କୁ ବାରମ୍ବାର,
ସମୟ ସହିତ ମଜଭୂତ କରିଛି
ତୁମ ଆଉ ମୋ ଭିତରର ନିବିଡ଼ତା କୁ
କେବେ ହାରିବାକୁ ଦେଇ ନାହିଁ
ଆଖିରୁ ଲୁହ ଝରିଲେ ବି କେବେ
ଭାଙ୍ଗି ପଡ଼ିବାକୁ ଦେଇ ନାହିଁ।

ବର୍ଷା ସେତେବେଳେ ମୋତେ
ଭାରି ଭଲ ଲାଗିଥିଲା,
ଯେତେବେଳେ ତୁମ ନା' ବି ବର୍ଷା ବୋଲି
ମୁ ପ୍ରଥମେ ଜାଣିଥିଲି,
ଆଉ ସେଇ ମୁହୂର୍ତ୍ତରେ ବର୍ଷାର ଆଗମନ
ଏକ ନିଆରା ଅନୁଭଵ ଦେଇଥିଲା...
ସତେ ଯେମିତି ସେ କହୁଥିଲା ବର୍ଷା କେବଳ
ତୁମର ପ୍ରେମିକା ନୁହେଁ ମୁ ବି ତ ବର୍ଷା।

ଓଠେ ହସ ଫୁଟିଯାଏ 
ମନେ ପଡିଲେ ସେ ସମୟ
ଆଜି ବି କାଲି ପରି ଲାଗେ
ପୁଣି ଯେମିତି
ହଜାଇ ଦିଏ ନେଇଯାଏ 
ମନର ଆଗଣାରେ ଖୋଲା ହୋଇଥିବା 
ଅତୀତ ର ସେଇ ବର୍ଷାର ମଧୁ ଭରା ପୃଷ୍ଠାକୁ।

ମୋ ଦୁନିଆ ରଙ୍ଗୀନ ହୋଇଥିଲା
ସାତ ରଙ୍ଗରେ ତୁମେ ଆସିବା ପରେ ପରେ,
ସତରେ ତୁମେ ପାଶେ ଥାଇ ବି ମନେ ପଡେ ତୁମ ସହ
ଆକାଶର ବର୍ଷା ର କଥା ପ୍ରତି ମୁହୂର୍ତ୍ତରେ।

ଆକାଶର ବର୍ଷା ଥରେ 
ସ୍ବପ୍ନେ ମୋ ଆସି ପଚାରିଲା 
କୁହତ ଥରେ ଦେଇ ପାରିବକି ଉତ୍ତର
ତୁମ ବର୍ଷା ନା ମୁ ଅଧିକ ସୁନ୍ଦର,
ମୁ ସ୍ମିତ ହସଟିଏ ଦେଇ କହିଦେଲି
ତୁମ ପାଇଁ ତ ମୋ ବର୍ଷା ସୁନ୍ଦର
ମୋର ଆଉ ମୋ ବର୍ଷା ର ସମ୍ପର୍କ ସୁନ୍ଦର
ତୁମ ପାଇଁ ତ ଏ ଦୁନିଆଟା ସବୁଜ ସୁନ୍ଦର...
ଲାଗେ ଏବେ ପାଇ ଯାଇଥିବ
ହେ ଆକାଶର ବର୍ଷା ତୁମ ପ୍ରତିଟି ପ୍ରଶ୍ନର ଉତ୍ତର।

ବର୍ଷା ସତରେ ଭାରି ଭଲ ଲାଗେ
କେଵଳ ମୋ ପ୍ରେମିକା ର ନା' ବର୍ଷା ବୋଲି ନୁହେଁ,
କାରଣ ଦୁନିଆର ଅନେକ ଖୁସି 
ସେଇ ବର୍ଷାରୁ ଫୁଟି ଉଠେ
ଯାହାର ସ୍ପର୍ଶରେ ସମଗ୍ର ପୃଥିବୀ ହସି ଉଠେ।

""”""""""""""""""""""""""""""""""”""""”""""””""""""
ଜିତେନ୍ଦ୍ର କୁମାର କହଁର
କଲାଡ଼ି, ଫୁଲବାଣୀ
ଦୂରଭାଷ-୯୪୩୯୫୪୨୫୨୧












Rate this content
Log in

Similar oriya poem from Inspirational