ଥରେ ବନ୍ଦୀହୋଇ ଦେଖ ପ୍ରେମ ହାଜତରେ
ଥରେ ବନ୍ଦୀହୋଇ ଦେଖ ପ୍ରେମ ହାଜତରେ


ଥରେ ବନ୍ଦୀ ହୋଇଦେଖ
ପ୍ରେମର ଏ ହାଜତ ଭିତରେ
ଏଠି ଦିନଟିଏ କେମିତି
ହୋଇଯାଏ ବର୍ଷଟିଏ ।
ପ୍ରତିଟି ସମୟ କେମିତି ଯେ
ମରିମରି କାଟିବାକୁ ହୁଏ
ସେଇ ଚାରି କାନ୍ଥ ଘେରା
ନିବୁଜ କୋଠରୀରେ ।
ଆଲୋକକୁ ଭୁଲି ଯାଇ
ଅନ୍ଧାରକୁ ଆପଣେଇବାକୁ ହୁଏ
ହସ ଭୁଲି ଯାଇ ଏଠି
ପ୍ରତି ମୁହୂର୍ତ୍ତ କାନ୍ଦିବାକୁ ହୁଏ ।
ସବୁ ଆଶା ଆକାଂକ୍ଷାର ତଣ୍ଟି ଚିପି ଦେଇ
ମରିମରି ବଞ୍ଚିବାକୁ ହୁଏ
ଏକା ଏକା କାନ୍ଦିବାକୁ ହୁଏ ଏଠି
ଏକା ଏକା ହସିବାକୁ ହୁଏ ।
ପ୍ରତିଟି ସମୟ ଏଠି ପଡେ ବେତ ମାଡ଼
ନା ଏଠି ଖାଇ ହୁଏ ନା ଶୋଇ ହୁଏ
ହୃଦୟର ସେଇ ଟିକି ଆଶା ପାଇଁ
ଏଠି ସବୁ ସହି ବଞ୍ଚିବାକୁ ହୁଏ ।
ସବୁବେଳେ ତ ହଜିବାକୁ ହୁଏ
ସେଇ ସୃତିର ସହରେ
ଆଉ କାହା ଖୁସି ଟିକେ ପାଇଁ
ନିଜକୁ ତ ଭୁଲିବାକୁ ହୁଏ ।
ଆଉ କାହା ଇଛା ଟିକେ ପାଇଁ
ନିଜ ଇଛା ମାରିବାକୁ ହୁଏ
ସ୍ୱାଧୀନତା ଥାଇ ପୁଣି
ପରାଧୀନ ହେବାକୁ ହୁଏ ।
ନିତି ନିତି କେତେ ଜଳିବାକୁ ହୁଏ
ଯନ୍ତ୍ରଣା ଜୁଇଁରେ
ଲକ୍ଷ୍ୟହୀନ ମଣିଷ ପରି
ନିତିି ନିତି ଚାଲିବାକୁ ହୁଏ
ଏକ ଭିନ୍ନ ଦିଗନ୍ତର,
ଥରେ ବନ୍ଦୀ ହୋଇ ଦେଖ
ପ୍ରେମର ଏ ହାଜତ ଭିତରେ...