ସ୍ୱାଧୀନତାର ବାସ୍ତରି ବର୍ଷ ପରେ
ସ୍ୱାଧୀନତାର ବାସ୍ତରି ବର୍ଷ ପରେ
ଆଜିବି ଚାଲ ଛପର ତଳେ
କେତୋଟି ଭୋକିଲା ଜୀବନ ସଂଘର୍ଷରତ ।
ନା ଅଛି ସେମାନଙ୍କ ପାଖରେ
ଖାଦ୍ୟ, ବସ୍ତ୍ର, ବାସଗୃହ, ଶିକ୍ଷା, ଯୋଗାଯୋଗ
ଅଛି ତ ସେଇ ଲୁହ ଲହୁର ଜୀବନ
ଦାରିଦ୍ର୍ୟର କଷାଘାତ ।
ସେଠି ସଞ୍ଜ ହେଲେ ଅନ୍ଧାର
ଲଣ୍ଠନ ଆଉ ଡିବିରି ଆଲୁଅ
ଅରଣ୍ୟର ଫଳ ଖାଇ ମେଣ୍ଟେ ତାଙ୍କ ଭୋକ
ଆଉ ଝରଣା ପାଣିରେ ଶୋଷ ।
ସେଠି ନା ଅଛି
ତମ ସମ୍ବିଧାନର ମୌଳିକ ଅଧିକାର
ନା ଅଛି କର୍ତ୍ତବ୍ୟ ।
ସେମାନେ ପରା ଅପହଞ୍ଚ
ତମ ପ୍ରଶାସନ ଆଉ ବ୍ୟବସ୍ଥାର ।
ସେଠି ଯୋଜନା ତ ଯୋଜନ ଦୂର
ରୋଗ ହେଲେ ମୃତ୍ୟୁ ସୁନିଶ୍ଚିତ
ଅପପୃଷ୍ଟି, ମିଳିମିଳା ମାନଙ୍କ ତାଣ୍ଡବ ।
ହେ ମାନ୍ୟବର!
ଥରେ ଦେଖି ଆସ
ଛାଡି ରାଜଧାନୀର ଐଶ୍ୱର୍ଯ୍ୟ ।
ସ୍ୱାଧୀନତାର ବାସ୍ତରି ବର୍ଷ ପରେ ବି
କେମିତି ସେମାନେ
ଖୋଜୁଛନ୍ତି ନିଜ ପରିଚୟ ।