STORYMIRROR

Timir Chandra Mohapatra

Tragedy

3  

Timir Chandra Mohapatra

Tragedy

ଅଵଶୋଷ

ଅଵଶୋଷ

1 min
13.6K


ବୟସର ସାୟାହ୍ନରେ,      ରୋମନ୍ଥନ ହୁଏ ଆଜି,

         ଅତୀତର ମିଠା ମିଠା ସ୍ମୃତି,

ଇଛା ହୁଏ ଆଣନ୍ତି କି,      ଏଇ ହାତ ପାପୁଲିରେ,

        ସେ ସବୁକୁ ପାଖକୁ ସାଉଁଟି।

ଭାରି ମନେପଡେ କାହିଁ,     ପଛେ ଛାଡ଼ି ଆସିଥିବା,

        ପ୍ରତ୍ୟେକଟି ଅଭୁଲା ମୂହୁର୍ତ୍ତ,

କେତେ ଆମୋଦ ଦାୟକ,   ଥିଲା ସତେ ବନ୍ଧୁ ପ୍ରୀତି,

        ସମ୍ପର୍କଟା ଥିଲା ଯେ ନିଃସର୍ତ୍ତ।

ଜୀବନ ଚଲା ରାସ୍ତାରେ,     ଜଞ୍ଜାଳକୁ ସାଥୀ କରି,

         ସ୍ମୃତି ସବୁ ପଛରେ ପକାଇ,

ଅନିଚ୍ଛା ସତ୍ତ୍ୱେ ବି ହୁଏ,       ମଣିଷ ପାଇଁକି ପରା,

         ଅତୀତଠୁ ଯିବାକୁ ଦୂରେଇ।

ଆଜି କାହିଁ ମନ ଚାହେଁ,    ଯିବାପାଇଁ ଫେରି ଥରେ,

        ସେ ହଜିଲା ଅତୀତ ପାଖକୁ,

ଇଛା ହୁଏ ଆଉଥରେ,       ପରିପକ୍ୱ ଅବସ୍ଥାରେ,

        ପାଇବାକୁ ମୋ ପିଲାଦିନକୁ।

ହେଲେ ସମୟ ସୁଅରେ,    ସବୁ ଭାସି ଗଲାପରେ,

        ଅଛି ଯାହା ନିଃସ୍ୱ ଏଇ କାୟା,

ଯାହା ଇଚ୍ଛା କରିଲେ ବି,      ଆଗରେ ପ୍ରତିବନ୍ଧକ,

      ସଂସାରର ଲୋଭ ମୋହ ମାୟା।

ଯେତିକି ଆୟୁଷ ବାକି,      ଆଉ ଥରେ ଆସନ୍ତା କି,

        ଅତୀତଟା ଲେଉଟି ପାଖକୁ,

ଫେରେଇ ଦିଅନ୍ତା କିଏ,   ମୋତେ ମୋ ପିଲାଦିନକୁ,

        ବାକି ଇଛା ପୁରା କରିବାକୁ।

          ----------୦----------

               ତିମିର ଚନ୍ଦ୍ର ମହାପାତ୍ର (ଦିପୁ)

       


Rate this content
Log in

Similar oriya poem from Tragedy