STORYMIRROR

Timir Chandra Mohapatra

Others

0  

Timir Chandra Mohapatra

Others

ମା'ର କୋଳ

ମା'ର କୋଳ

1 min
676


ଆକାଶେ ଜହ୍ନ ଉଇଁଲେ ,ମା'ଭାରି ମନେପଡେ,

ଇଛା ହୁଏ ଆଉଥରେ ଶୁଣିବାକୁ,

ଆ'ଜହ୍ନ ମାମୁଁ ଶରଦ ଶଶିର ସେଇ ଅଭୁଲା ପଂକ୍ତିକୁ,

ପୁଣି ଥରେ ଇଛା ହୁଏ,

ଘନ ଅନ୍ଧାରକୁ ଡରି, କାକୁସ୍ତରେ ଥରି ଥରି,

ମା'ର ପଣତ ତଳେ ମୁହଁ ଥରେ ଲୁଚେଇ ଦେବାକୁ।

ସତରେ, ମା'କୋଳ ଛାଡ଼ିଦେଲେ,

ପୃଥିବୀରେ ଏମିତିକା ଜାଗା ଗୋଟେ ନାହିଁ,

ଯୋଉଠିକି ଅଚିନ୍ତାରେ ଶୋଇହେବ ଶାନ୍ତି ନିଦଟିଏ,

ଅନେକ କ୍ଲାନ୍ତି ଦୁଶ୍ଚିନ୍ତା ଦେହ ଛାଡ଼ି ଚାଲିଯାଏ,

ଯେତେବେଳେ ବାବୁରେ ଧନରେ କହି,

ମା' ତା'ର ପଣତରେ ମୁହଁ ପୋଛିଦିଏ।

ମା'ର ମିଠା ଶାସନ, ମମତା ବୋଳା ଚୁମ୍ବନ,

ଗାଳି ତା'ର ଦାଣ୍ଡ ଧୂଳି, ସମ୍ଭବକି ଯିବା ଭୁଲି,

ମା'ର ବାତ୍ସଲ୍ୟ ପ୍ରେମ କିଏ ବା ଭୁଲିବ,

ପ୍ରାଚୁର୍ଯ୍ୟର ସହରରେ, ଅୟସର ଅଗଣାରେ,

ଫୁଲର ଝୁଲଣା ଅବା ଗୋଲାପର ସେଜ କ'ଣ,

ମା'କୋଳର ମମତା ଫେରେଇ ପାରିବ।

--------*--------


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍