Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bauribandhu Lenka

Abstract Tragedy

4.8  

Bauribandhu Lenka

Abstract Tragedy

ଅଭିଶପ୍ତା

ଅଭିଶପ୍ତା

1 min
6.4K


ସବୁ ରକ୍ତ ସମ୍ପର୍କକୁ ଛିନ୍ନ କରି

  ତୁମ ନାମେ ପିନ୍ଧିଥିଲି

   ଦୁଇପଟ ଶଙ୍ଖା ଆଉ 

     ଟୋପାଏ ସିନ୍ଦୁର I

ଯେଉଁଦିନ ତୁମ ସହ

 ଏରୁଣ୍ଡିବନ୍ଧ ଟପି

   ତୁମ ଘରେ ପାଦ ଦେଲି

    ସେଦିନ ମୁଁ ଭାବିଥିଲି-

     ଏ ଘର ମୋ ଘର ଆଉ

      ତୁମେ ମୋର ଚିରଦିନ

       ମୁଁ ତୁମ ନିଜର II

ସ୍ୱପ୍ନ ଥିଲା-

 ତୁମକୁ ପାଇ ମୁଁ

  ଗଢିବି ମୋର ଏକ

   ସୁନାର ସଂସାର I

    ଶାଶୁ ଶ୍ୱଶୁର ନଣନ୍ଦ

     ସଭିଙ୍କୁ ନିଜର କରି

      କଟିଯିବ ସୁଖେ ଦିନ ମୋର II

ସଜ ଗୋଲାପଟିଏ ମୁଁ

 ଫୁଟିଥିଲି ଏ ଦୁନିଆ ବଗିଚାରେ

  କେବଳ ତୁମରି ପାଇଁ I

   ହେଲେ ଆଜି ବୃନ୍ତଚ୍ୟୁତ

     କ୍ଷତାକ୍ତ ମୋ ପାଖୁଡା ସବୁ

      ପଡିଛନ୍ତି ଇତସ୍ତତଃ

       ବିଚ୍ଛୁରିତ ହୋଇ II

ତୁମ ପାଇଁ ସମର୍ପିତ

 ଥିଲା ଯେଉଁ ଫୁଲ I

   କିପରି ଟେକିଦେଲ

    ଅନ୍ୟ କାହା ହାତେ

     କରି ମୂଲଚାଲ I

ଭୁଲ କରିଥିଲା

 ତୁମକୁ ଚିହ୍ନିବାରେ

  ମୋର ଦୁଇ ଆଖି I

   ଜାଣି ପାରି ନଥିଲି ମୁଁ

    ମୋ ଜୀବନ ଆକାଶରେ

     ଘୁରି ବୁଲୁଥିଲା ଏକ

      କାଳ ବୈଶାଖୀ II

ପଛକୁ ଫେରିବାକୁ

 ନଥିଲା ମୋ ବାଟ I

  ବେଦନାସିକ୍ତ

   ଏ ଜୀବନ ଯାତ୍ରାରେ

     ଆଜି ମୁଁ କ୍ଳାନ୍ତ ଆଉ

      ହୁଏ ଛଟପଟ II

ନାରୀ ଜନ୍ମ ଏ ସମାଜେ

  ଚିରଦିନ କଣ ଅଭିଶପ୍ତ I

   ଝୁଣି ଖାଉଥିବେ ତାକୁ

    ଏ ଶ୍ୱାନ ଶୃଗାଳ ସବୁ

     ହୋଇ ଏକତ୍ରିତ II

     ******


Rate this content
Log in