STORYMIRROR

Paresh Kumar Sahoo

Tragedy

3  

Paresh Kumar Sahoo

Tragedy

ମା’ର ବି ଭାଗବସେ ଏଠି

ମା’ର ବି ଭାଗବସେ ଏଠି

1 min
14.1K


ଭାଗ ହୁଏ ଭିଟାମାଟି

କ୍ଷେତ୍ର କ୍ଷେତ୍ରଫଳ

ଭାଗ ହୁଏ ଅକ୍ଷାଂଶ ଦ୍ରାଘିମା

ହେଲେ ଏ କଣ ସାଆନ୍ତେ?

ସମ୍ପର୍କକୁ ସମ୍ପତି ସାଥେ ତଉଲି ଦେଲ !

ମୁଠେ ଖାଦ୍ୟ ପାଇଁ

ମଣିଷଟାକୁ ବି ଭାଗରେ ବାଣ୍ଟିଲ !

କଣ ଶୁଖିଗଲା ମମତାର ସ୍ରୋତସ୍ୱିନୀ ?

ନା ଝରୁନି ଆଉ ପ୍ରେମର ପୀୟୂଷ ?

ସବୁତ ଠିକ୍ ଆଗଭଳି ଅଛି...

ହଁ ବଦଳିଛି କିଛି...

ସମୟର ଯବନିକା ତଳେ

ଲୁଚିଯାଇଛି ବୟସର ରଙ୍ଗ...

ବଦଳିଛି ବଞ୍ଚିବାର ଢଙ୍ଗ...

କିଏ ଜଣେ ଖଞ୍ଜିଦେଇଛି ସମ୍ପର୍କରେ

ଆତ୍ମଘାତୀ ବୋମାଟିଏ...

ହେଲେ ମଣିଷଟେ ପାଇଁ ଏ ପାଚେରୀ କାହିଁକି ?

ଥାଉ ସାଆନ୍ତେ,

ଫେରେଇ ନିଅ ତୁମ ଆଦେଶ

ସବୁ ନେଇ ମୁକ୍ତ କର ମୋତେ...

ଲୋଡ଼ା ନାହିଁ ମୋର ଅଚଳାଚଳ ସମ୍ପତି

ଭାଙ୍ଗିଦିଅ ନ୍ୟାୟ ନିସାପର ଅବରୁଦ୍ଧ ଦ୍ୱାର

ଇଚ୍ଛା ନାହିଁ ଆଉ ବୋଳିବାକୁ ଜ୍ଞାନାଞ୍ଜନ

ଶୁଣିବାକୁ ଇଚ୍ଛା ନାହିଁ ଧର୍ମ ସଂକୀର୍ତ୍ତନ ।

ଖାଲି ଅଛି ମୋ ଝାଟିମାଟି ଘର

ଗଢ଼ିଦେବି ତା' ପାଇଁ ସ୍ନେହର ମନ୍ଦିର...

ନିଜେ ମରିମରି ଯିଏ ବଞ୍ଚିବା ଶିଖାଏ

ସେ ହିଁ ତ ଏ ସୃଷ୍ଟିର ପ୍ରଥମ ଈଶ୍ୱର

ଅନୁଚ୍ଚାରିତ ପ୍ରଣବ ଓଁ କାର

ମୁଁ ନିଜେ ପଛେ ନିର୍ବାସିତ ହେବି

ହେଲେ ତାକୁ ନିର୍ବାସିତ କେମିତି କରିବି?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy