Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

jyotsna mayee panda

Tragedy

3  

jyotsna mayee panda

Tragedy

ମନେ ପଡେ ତୁମ କଥା...

ମନେ ପଡେ ତୁମ କଥା...

1 min
178


ମନେପଡିଗଲେ ତୁମ କଥା

ଲିଭିଯାଏ ସବୁ ସ୍ମୃତି

ହଜିଯାଏ ପୁଣି ସବୁ ଆବିଳତା

ଝାପ୍ସା ଝାପ୍ସା ହୁଏ ସବୁ ସ୍ମୃତି

ବଢିଯାଏ ନୀରବତା

ମନେପଡ଼ିଗଲେ ତୁମ କଥା l


ଲିଭିଯାଏ ସବୁ ଅନୁଭୂତି

ମନ ଆଉ ଖୋଜେନି

ବିନା କାରଣ ଆଉ ହସ ପୁଣି ଫୁଟେନି

ସ୍ପନ୍ଦନ ଆବେଗ ଆଜି

ହୋଇଯାଏ ଶିଥିଳ

ଜୀବନ ଟା ହୋଇଯାଏ

ସତେ କି ସ୍ଥିର ନିଶ୍ଚଳ ।


କାହାଣୀ ସେ ହୋଇଗଲା

ହୋଗଲା ପୁରୁଣା

ସବୁ ସ୍ମୃତି ହଜିଗଲା

ମିଳିଗଲା ବାହାନା

ହଜିଗଲା ସବୁ ସ୍ବପ୍ନ

ବହିଗଲା ଲୁହ ରେ

ଆଖି ଆଜି ଖୋଜିଲାନି

ଭିଜିଗଲା ଲୁହରେ l


ସମୟ ଚାଲିଛି ପୁଣି ତାରି ବାଟରେ

ହଜିଗଲା ସବୁ ଅଭିମାନ ସମୟ ଛାତିରେ

ହଜିଗଲା ସବୁ ସ୍ମୃତି ସମୟ କୋଳରେ

ଲୁହ ହୋଇ ବହିଗଲା ଚୋରାବାଲି ସାଥିରେ

ତୁମେ ପୁଣି ବଦଳିଗଲ ସମୟର ସାଥିରେ

ସେ ଅସରନ୍ତି ପଥ ରହିଗଲା

ଖାଲି ଜୀବନ ର ସେ ଖୋଲା ରାସ୍ତାରେ l


ଜୀବନ ନିଃସଙ୍ଗ ହୋଇଯାଏ ଆଜି

ଖୋଜେ ହସିବାର ବାହାନା

ମହକେ ନି ଜୀବନରେ

ସେ ବେନାମୀ ଫୁଲର ବାସ୍ନା l


ସେ ମାୟା ମରୀଚିକା ପଥରେ

ଜୀବନର ସଂଜ୍ଞା ବଦଳିଗଲା

ଆଜି ସେ ଚଲାପଥରେ

ତୁମେ ବି ବଦଳିଗଲ ସମୟ ସାଥିରେ

ମତେ ବି ବାଧ୍ୟ କଲା ସେ ସମୟ

ବଦଳିବାକୁ ତୁମ ପ୍ରତାରଣାର କରାଘାତରେ

ଚାଲିବାକୁ ବାଧ୍ୟ କଲା ତୁମ ସାଥେ

ଏକ ସରଳ ରେଖାରେ

ଏକ ସରଳ ରେଖାରେ l


Rate this content
Log in

Similar oriya poem from Tragedy