Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Birakishore Nayak

Tragedy Inspirational

3  

Birakishore Nayak

Tragedy Inspirational

ନୀଡହରା ବିହଙ୍ଗ

ନୀଡହରା ବିହଙ୍ଗ

1 min
169



ନୀଡହରା ବିହଙ୍ଗ ମୁଁ ଆକାଶେ ଉଡ଼ୁଛି

ଖୋଜୁଛି ମୁଁ ଶ୍ରଦ୍ଧା ଟିକେ,

ପାଆନ୍ତି କି ହଜିଥିବା ମୋର ପ୍ରିୟ ସାଥି

ନିଅନ୍ତି ଡାକି ମୋ କକ୍ଷେ

ଦେବା ପାଇଁ ଅସରା ପୀରତି,

ଶୀତଳ ହୁଅନ୍ତା ମୋର

ବିରହର ତାତି ।


ଉଡି ଉଡି ଥକି ପଡ଼ିଲାଣି ମୋର ଡେଣା 

ବିଶ୍ରାମ ମୁଁ ଖୋଜେ ଟିକେ,

ପାଆନ୍ତି କି ମୋ ପ୍ରିୟାର କୋଳ ର ଝୁଲଣା

ଇଛା ଶୁଅନ୍ତି ମୁହୂର୍ତ୍ତେ

କରିବାକୁ ଶକ୍ତିର ଭରଣା,

ପୁନଃଶ୍ଚ ଭରନ୍ତା ମୋର

ପ୍ରୀତିର ଅଗଣା ।


ଶତ ବିଦୀର୍ଣ୍ଣ ମୋ ହୃଦୟରେ ଜାଗେ ଆଶା

ଜିତିଵି ମୁଁ ନିଶ୍ଚେ ଦିନେ,

ସ୍ୱପ୍ନକୁ ମୋ ରୂପ ଦେବି ନଥିବ ଶୂନ୍ୟତା

ଆଶଙ୍କା ବି ନାହିଁ ମନେ

ଦୁର୍ବାର ମୋ ଭରିଥିବା ଇଛା

ସମସ୍ତ ପ୍ରତିବନ୍ଧକ

ଖୋଜିଦେବ ରାସ୍ତା ।


     




Rate this content
Log in

Similar oriya poem from Tragedy