ଯନ୍ତ୍ରଣା
ଯନ୍ତ୍ରଣା
କହିବାକୁ କିଛି ବାକି ନାହିଁ ସବୁ ତ କହିଛି
ସହିବାର ଆଉ ଶକ୍ତି ନାହିଁ ଖାଲି ଯନ୍ତ୍ରଣା ପାଉଛି |
ଯାହା ସବୁ କହିଛି ଏବେ ସବୁ ଅତୀତରେ ଅଛି
ଯନ୍ତ୍ରଣାରେ ଖାଲି ଘାଣ୍ଟି ହୋଇ ଏବେ କଷ୍ଟ ପାଉଛି |
ଚାହିଁଲେ ବି ଏବେ ପଛକୁ ଫେରି ହେବ ନାହିଁ
ଯନ୍ତ୍ରଣା ଜୁଇରେ ଜଳୁଛି ଖାଲି ଏବେ ଛାଟିପିଟି ହୋଇ |
ଭାବୁଛି ଏବେ ବସି ବସି ସେହି କଥା ସବୁ
ଯନ୍ତ୍ରଣା କହୁଛି ବୁଝିବୁ କେବେ ? କେତେ ସରି ଆଉ ହେବୁ ?
ଭାବିଥିଲି ସେବେ ସବୁ କହିଦେଲି ଯାହା କିଛି ଭାବିଥିଲି
ଯନ୍ତ୍ରଣା ପାଇବାର ସ୍ୱପ୍ନ କେବେ ମୁଁ ଦେଖି ନଥିଲି |
କହିବାରେ କିଛି ଭୁଲ ହୋଇଗଲା ଅବା ଭାବ ମରିଗଲା
ଯନ୍ତ୍ରଣାକୁ ଡାକି ମୋତେ ଗ୍ରାସ କରିବାକୁ ମନ୍ତ୍ରଣା ହେଲା |
ବୁଝିବାକୁ ଏବେ ସେହି ମନ୍ତ୍ରଣା ନାହିଁ ଶକ୍ତି ବଳ
ଯନ୍ତ୍ରଣା ଭିତରେ ଉବୁଟୁବୁ କରି ବୁଡାଇ ଦେଇଛି କାଳ |
ବୁଝି ନପାରିଲି ଏହି କାଳର ସବୁ ଚକ୍ରାନ୍ତର ଖେଳ
ସେଥିପାଇଁ ଆଜି ଆସିଛି ଏହି ଯନ୍ତ୍ରଣାର ଦାରୁଣ ବେଳ |
ସମୟ କହୁଛି କିଛି ଜାଣିନାହିଁ ଯାଉଛି ସିଏ ଗଡି
ଖାଲି ଯନ୍ତ୍ରଣା ଦାଉରୁ ଟିକେ ବର୍ତ୍ତିବାକୁ ଖୋଜୁଛି ଆଶାବାଡି |
ଆଶାବାଡି ଧରି ଚାଲିବି ଧୀରେ ଧୀରେ ଯାତ୍ରା ପଥରେ
ଥାଉ ପଛେ ଏହି ଯନ୍ତ୍ରଣା ନେଇ ଯିବି ସାଥିରେ |
ଅତୀତ ଯାଇଛି ଏବେ ବର୍ତ୍ତମାନକୁ ଦେଖି ବଞ୍ଚି ରହିଛି
କର୍ମବଳେ ଭବିଷ୍ୟତରେ ଏହି ଯନ୍ତ୍ରଣାରୁ ମୁକ୍ତ ହେବାକୁ ଭାବିଛି |