STORYMIRROR

jyotsna mayee panda

Tragedy Others

3  

jyotsna mayee panda

Tragedy Others

ଜାଣିନି ସେ ପ୍ରେମ

ଜାଣିନି ସେ ପ୍ରେମ

1 min
217

ଜାଣିନି ମୁଁ ପ୍ରେମ କେଉଁଠି ଥାଏ

ତୁମର ସେ କଥା କୁହା ଆଖିରେ

କି ମଧୁ ଝରା ଓଠରେ

ଜାଣିନି ମୁଁ ପ୍ରେମ କେଉଁଠି ଥାଏ

ତୁମର ସେ ନିରୀହ ଚାହାଣୀରେ

ନା ତୁମ କାହାଣୀରେ ଥାଏ

ଜାଣିନି ମୁଁ ପ୍ରେମ କେଉଁଠି ଥାଏ

ତୁମର ସେ ଖିଲି ଖିଲି ହସ ରେ

କି ତୁମର ସେ ଲାଜୁଆ ଚାହାଣୀରେ

ଜାଣିନି ମୁଁ ପ୍ରେମ କେଉଁଠି ଥାଏ

ତୁମର ର ସେ ନୀଳ ଆଖିରେ

ନା ଘନ କେଶରେ

ଜାଣିନି ସେ ପ୍ରେମ କେଉଁଠି ଥାଏ

ତୁମର ସେ ସପ୍ନରେ

ନା ପୁଣି ବାସ୍ତବରେ

ଜାଣିନି ମୁଁ ପ୍ରେମ କେଉଁଠି ଥାଏ

ତୁମର ସେ ମିଛ ଅଭିମାନରେ

ନା ମିଛ ରାଗରେ

ଜାଣିନି ସେ ପ୍ରେମ କେଉଁଠି ଥାଏ

ତୁମର ସେ ଖୋଲା ହସରେ

ନା ନାଲି ଓଠରେ

ଜାଣିନି ମୁଁ ପ୍ରେମ କେଉଁଠି ଥାଏ.

ତୁମର ସେ ଖୋଲା ହୃଦୟରେ

ନା ଉଦାର ମନରେ

ଜାଣିନି ମୁଁ ପ୍ରେମ କେଉଁଠି ଥାଏ

ତୁମର ସେ ମିଠା ସ୍ପର୍ଶରେ

ନା ସେ ଦୃଢ ଆଲିଙ୍ଗନରେ

ଜାଣିଛି ଏତିକି ଖାଲି

ପ୍ରେମ ଥାଏ

ତୁମ ହୃଦୟରେ ବୋଲି l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy