ମେଲାଣି ......
ମେଲାଣି ......
ମେଲାଣି ମୂହୁର୍ତ୍ତ ଆଗତ ସଜନୀ
ବାଷ୍ପିଳ କଣ୍ଠ ଋଦ୍ଧ ହୋଇଆସେ
ନ ପାହୁ ରଜନୀ ନ ହେଉ ମେଲାଣି
ଦୁହିଙ୍କ ମନେ ଏ ଭାବନା ଆସେ ।
ତୋ ଆଖି ଅଗାଧ ଜଳର ଗଭୀର
ଛଳଛଳ ହୋଇ ଉଚ୍ଛୁଳି ଆସେ
ମୁହଁଟି ତୋହର ନିଳ ବୀଚୀମାଳା
ହୃଦୟେ ହତାସା ବାଲୁକା ଦିସେ ।
ମୋ ଆଖିରେ ଖେଳେ ଛୋଟ ଡଙ୍ଗାଟିଏ
ଆହୁଲା ବିହୀନ ନାଉରୀ ଭାସେ
ଦେଖ ଏ ସଂସାର କୁଟାଖିଅ ପରି
ଦୁହିଁଙ୍କ ଅଶ୍ରୁରେ ଅସହାୟ ଦିଶେ ।
ତୋ ବିନା ମୁଁ ଶୂନ୍ୟ ମୋ ବିନା ନଗଣ୍ୟ
ଜଳେ ପ୍ରତିଛବି ଉଭୁରି ଆସେ
ପ୍ରାଣ ଚାଲିଯିବ ମଢ଼ ରହିଯିବ
ଏକ ବିନା ଆରେକ ଅଧୁରା ଦିସେ ।
କୂଳ ଦିଶୁନାହିଁ ଥଳ ମିଳୁନାହିଁ
ଆଖିର ଲୋତକ ବାହୁନି ବସେ
ମିଳନର କୁସୁମ ହୁତୁହୁତୁ ଜଳେ
ବିରହ ଅଗ୍ନିର ହା ହୁତାସେ ।