ପ୍ରୀତି ର ମହକ....
ପ୍ରୀତି ର ମହକ....
ଚକ୍ରବାଳ ହାତ ଠାରି ଆଜି ଡାକୁଆଛି
ମେଘ ର ବହଳ ବୁକେ ଜିବ କି ସେ ଲୁଚି ।
ଚାନ୍ଦ ଆଗମନ ତାକୁ କରୁଛି ଅସ୍ଥିର
ଜାଣିନି ସେ ପ୍ରଣୟ ତ ଚାନ୍ଦ କୁମୁଦ ର ।
ସୁଦୂର ଆକାଶ ବକ୍ଷେ ସେଇ ଚାନ୍ଦ ହସେ
ପ୍ରୀତି ର ପିୟୁଷ ଢାଳି ଯେବେ ସେ ବରଷେ ।
ଦିବସ ଶେଷ ରେ ଯେବେ ରଜନୀ ଯେ ଆସେ
ଚାନ୍ଦ କୁମୁଦ ର ପ୍ରେମ ପୁଣି ସେ ଝଲସେ ।
କୁମୁଦ ଆଖି ରେ ନେଇ ଆଖିଏ ସପନ
ଦିନମଣି ଆଗମନେ ହୁଏ ସେ ନିଶ୍ଚିନ୍ନ ।
ସତ୍ତା ହଜିଯାଏ ପୁଣି ସୁଦୂର ଆକାଶେ
ମିଳନ ବିଚ୍ଛେଦ ଖେଳ ନିତି ସିଏ ରଚେ ।
ତଥାପି ସେ କୁମୁଦିନୀ ପ୍ରେମେ ଉବୁଡୁବୁ
ପ୍ରତାରଣା ପ୍ରେମ ରେ ତ ଅଛି କେଉଁ ଯୁଗୁ ।
ଚାନ୍ଦ କୁମୁଦ ମିଳନ ପୃଥିବୀ ବକ୍ଷ ରେ
ନୁହଁଇ ସମ୍ଭବ କେବେ ଏ ଧରା ବୁକୁରେ ।
ତଥାପି ଲୁହ ତାର ଚକ୍ଷୁ ତା ଭିଜାଇ
ଜାଣିଛି ମିଳନ ତାର ସମ୍ଭବ ନୁହଁଇ l

