STORYMIRROR

Chittaranjan Lenka

Tragedy Inspirational

3  

Chittaranjan Lenka

Tragedy Inspirational

ବୋଉର ଭାବ

ବୋଉର ଭାବ

1 min
13.1K


ଭାବ ନ ଯୋଡିଲେ      ତୁଚ୍ଛ ଏ ଜୀବନ

ବୋଉ ସବୁବେଳେ କହେ

ଭାବ ଯୋଡିବାରୁ        କି କଷ୍ଟ ପାଇଲି

ଭୁଲିବିନି ମଲା ଯାଏଁ


ଜନମ ବେଳରୁ           ବୋଉ ମୋର ଦୁଃଖି

ହରାଇଛି ବାପା ମାଆ

ପରକୁ ଆପଣା            କରି ଚଳିଗଲା

ସୁଖ ପାଇଥିବ ଯାହା


ବାହା ହେବା ପରେ      ଭଗାରୀ ମେଳରେ

କଟିଗଲା ତାର ଦିନ

ତଥାପି ସେ ଭାବେ      ଯୋଡିଲା ସଭିଙ୍କୁ

ଶତୃ ମିତ୍ର ଭାବି ସମ


ଦୁଃଖରେ ସିନା ତା      ଦୁଃଖ ସରିଗଲା

ଭାବ ଛାଡିଦେଲା ନାହିଁ

ଆଜି ମୁଁ ଭାବୁଛି          ତାର ବଡ ପଣ

ହେଲେ ମୋ ପାଖରେ ନାହିଁ


ଚିତ୍ତ ରଞ୍ଜନ ଲେଙ୍କା (କଟକ) ©


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy