STORYMIRROR

Sanskruti Mohanty

Tragedy

3  

Sanskruti Mohanty

Tragedy

ଝିଅ

ଝିଅ

1 min
14.3K


କେହି ଵୁଝେ ନାହିଁ ଝିଅର ମନ

ସୁଖ ତ ତା ପାଇଁ ସାତ ସପନ

ଵାପ ଘରେ ସିଏ ଦି ଦିନ କୁଣିଆ

ରହେ ନାହିଁ ସିଏ ସବୁ ଦିନିଆ

ଝିଅ ଜନମ ତ ପର ଘରକୁ

କଥା ରହି ଅଛି କାଳ କାଳକୁ

ଆଖିର ଲୁହକୁ ଓଠରେ ପିଏ

ଛାତିର କୋହକୁ ମନେ ଲୁଚାଏ

ପାଲଟି ଯାଏ ସେ ତୁଠପଥର

ଧରି ନିଏ ହାତ ଆଉ କାହାର

ଵିଵାହ ଵେଦିର ହୋମ ନିଆଁରେ

ଜାଳି ଦିଏ ସ୍ୱପ୍ନ ନିଜ ହାତରେ

ଶଂଖା ସିନ୍ଦୂର ଆଉ ଓଢ଼ଣି ତଳେ

ଗୁମୁରି ଗୁମୁରି କାନ୍ଦେ ଭିତରେ

ପୁରୁଣା ସମ୍ପର୍କେ ପକେଇ ଗାର

ପରକୁ କରଇ ସେ ଆପଣାର

ମାପି ଚୁପି ଚାଲେ ଶାଶୁଘରର ଵାଟ

କଥା କଥାରେ ଶୁଣେ ଆକଟ

ଵୋହୂ ପଣିଆର ଓଢଣା ତଳେ

ଅଲିଅଳି ଝିଅ ମୁହଁ ଲୁଚାଏ

ଏଇତ କାହାଣୀ ସଵୁ ଝିଅର

ସ୍ରଷ୍ଟାଙ୍କର ଇଏ କି ଵିଚାର ?


ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Tragedy