STORYMIRROR

କରୋନା

କରୋନା

1 min
32

କରୋନା କରୋନା କରୋନା,

କରୋନାର କଥା କହନା।

ଚାଇନାରୁ ହେଲା ଉତ୍ପତ୍ତି,

ସାରା ବିଶ୍ବରେ କଲାଣି ରାଜୁତି।

ଚାରିଆଡେ ଖେଳେ ଆତଙ୍କ,

ଶୁଖୁନାହିଁ ଆଖି ଲୋତକ।

ସ୍କୁଲ, କଲେଜ, ମନ୍ଦିର, ବଜାର ,

ସବୁଆଡେ ତାଲା ଝୁଲୁଛି।

ସଟ୍ ଡାଉନ୍ ଓ ଲକ୍ ଡାଉନ୍ ରେ,

ଜୀବନଟା ବନ୍ଧା ପଡ଼ିଛି।

ଦିନ ମଜୁରିଆ, ଦାଦନ ଭାଇର,

ଆଖିରୁ ଶୁଖୁନି ଲୁହ।

କେତେଦିନ ଆଉ ପେଟର ଭୋକକୁ,

ପେଟରେ ମାରିବ କୁହ।

ହ୍ୟାଣ୍ଡ ୱଶ୍ ଓ ସାନିଟାଇଜର, 

ଭାଉ ବଢ଼ି ବଢ଼ି ଚାଲିଛି।

ସାବୁନ୍, ଡେଟଲ୍, ଫିନାଇଲ୍ ସବୁ,

ଘରେ ଘରେ ଶୋଭା ପାଉଛି।

ଚାଟ୍, ଗୁପ୍ ଚୁପ୍, ଦହିବରା ସ୍ୱାଦ,

ମନରୁ ପାଶୋରା ହେଲାଣି।

ସାଙ୍ଗ ସାଥି ମେଳ, ଖୋଲା ନଈକୂଳ,

ସପନ ପାଲଟି ଗଲାଣି।

ରାସ୍ତା ଘାଟ ସବୁ ନିଛାଟିଆ ଲାଗେ,

ଘରେ ଲୁଚିଛନ୍ତି ସମସ୍ତେ।

କୁଆଡେ ଗଲେଏ ମଣିଷ ଗୁଡାକ,

ପଶୁ ଭାବୁଛନ୍ତି ବନସ୍ତେ।

ସଭିଙ୍କ ମୁହଁରେ ଶୋଭା ପାଉଅଛି,

କେତେ ଡିଜାଇନ୍ ମାସ୍କ।

ନାକ, ପାଟି ବୁଜି ମୁହେଁ ତୁଣ୍ଡି ବାନ୍ଧି,

ପାଲଟନ୍ତି ଗାଈ,ବଳଦ।

କରୋନା ରାକ୍ଷସୀ ଲୁଟି ନେଉ ଅଛି,

କେତେ କେତେ ଜନ ଜୀବନ।

ବାପା,ମାଆ ଛେଉଣ୍ଡ ପିଲା ହେଉଛନ୍ତି,

ଭକ୍ତ ହୀନ ଭଗବାନ।

ସରକାରଙ୍କର କେତେ ଯେ ନିୟମ,

ପାଳନ କରୁଛି କିଏ।

ତଥାପି ଚେତୁନି ମଣିଷ ସମାଜ,

ହେୟଜ୍ଞାନ କରେ ସିଏ।

ଧନ୍ୟ ଧନ୍ୟ ତୁମେ କରୋନା ଯୋଦ୍ଧାହେ,

ହେଉ ତୁମର ବିଜୟ।

ପତନ ଘଟୁ ଏ ମହାମାରୀର,

ଅପସରି ଯାଉ ଭୟ।

କେତେଦିନ ଆଉ ଗୃହବନ୍ଦୀ ହୋଇ,

କାଟୁଥିବା ରାତି ଦିନ।

ଭବିଷ୍ୟତ କଥା ଚିନ୍ତା କଲେ ବସି,

ବଢିଯାଏ ହୃଦ ସ୍ପନ୍ଦନ।

ବିଶ୍ଵ ଅର୍ଥନିତୀ ତଳକୁ ଗଲାଣି,

ବଞ୍ଚିବା ହେଲାଣି କଷ୍ଟ।

ଆଉ କିଛିଦିନ କରୋନା ରହିଲେ,

ହେଇଯିବ ସବୁ ନଷ୍ଟ।

ଏତିକି ମିନତି ହେ ବିଶ୍ଵ ନିୟନ୍ତା,

କର କିଛି ଚମତ୍କାର।

କ୍ଷମା କର ତୁମ ମୂଢ ସନ୍ତାନକୁ,

କରୋନାକୁ କର ଦୂର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational