STORYMIRROR

Sanskruti Mohanty

Others

4  

Sanskruti Mohanty

Others

କାର୍ତ୍ତିକ ମାସ

କାର୍ତ୍ତିକ ମାସ

1 min
239

ହେମନ୍ତ ଋତୁରେ ଶିଶିର ବିନ୍ଦୁରେ ,

ଆସିଛି କାର୍ତ୍ତିକ ମାସ।

ରାଧା କୃଷ୍ଣ ଙ୍କର ରାହାସ ଚାଲିଛି,

ହବିଷ୍ୟାଳିଙ୍କ ହବିଷ।

ସବୁ ମାସ ମଧ୍ୟେ ଏତ ଧରମର ମାସ,

ପବିତ୍ର ମନରେ ଭଲ କାମ କରି,

ପୂଣ୍ୟ ସାଉଁଟିବା ଆସ।

ତଉରା ମୂଳରେ ବାଉଁଶକୁ ପୋତି,

ଜାଳିବା ଆକାଶ ଦୀପ।

ଖଇ, ଗୁଡ,ଚଣା ଭୋଗ ବାଢ଼ି ଦେଇ,

କରିବା କାର୍ତ୍ତିକ ବ୍ରତ।

ପଞ୍ଚକ ହୋଇବ ପାଞ୍ଚଦିନ ଧରି,

ପୂଜା ହେବେ ଶ୍ୟାମରାଧା।

ଚଉରା ମୂଳରେ ଅନେକ ରଙ୍ଗରେ,

ମୁରୁଜ ହୋଇବ ବୁଣା।

କଦଳୀ ପାଟୁକା ଡଙ୍ଗାକୁ ସଜାଡି,

ପାନ ଗୁଆ ପୁଣି ଥୋଇ।

ପୂର୍ଣ୍ଣମୀ ସକାଳେ ଡଙ୍ଗା ଭସେଇବା,

ଆ.କା.ମା.ବୈ କହି।

ମନେ ପଡୁଥିବ ସାଧବ ପୁଅର,

ବଣିଜ ବେପାର କଥା।

ବୋଇତରେ ଯେବେ ଦୂରେ ଯାଉଥିଲେ,

ଜାଭା, ବାଲି ଓ ସୁମାତ୍ରା।

ରାଜ୍ୟକୁ ଆମର ବୋହି ଆଣୁଥିଲେ,

କେତେଯେ ଧନ ସମ୍ପଦ।

ସେକାଳର କଥା ଇତିହାସ ଆଜି,

ଶୁଣି ହୁଏ ମନବୋଧ।

ବାର ମାସେ ପୁଣି ତେର ପରବ ଯେ,

ଆମରି ଓଡିଆ ଘରେ।

ଆମରି ସଂସ୍କୃତି ଆମ ପରମ୍ପରା,

କେତେ କେତେ ସ୍ମୃତି ଯୋଡେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍