STORYMIRROR

Sanskruti Mohanty

Others

3  

Sanskruti Mohanty

Others

ସ୍ୱାଧୀନ ଭାରତ

ସ୍ୱାଧୀନ ଭାରତ

1 min
57

ସ୍ୱାଧୀନ ଭାରତର ମୁଁ ଅଟେ କନ୍ୟା ଭୃଣ,

ଏ ଦୁନିଆକୁ ଦେଖିବାକୁ ନାହିଁ ମୋର ଅଧିକାର।

ମାତୃ ଗର୍ଭେ ସୃଷ୍ଟି ପୁଣି ସେଇଠି ମରଣ,

ମୁକ୍ତ ଭାରତରେ କିନ୍ତୁ ମୁଁ ପରାଧିନ।

ଆଜି ବି ସରୁନି ପୁଅ ଝିଅ ଭେଦଭାବ,

କେବେବି ବଦଳୁ ନାହିଁ ମଣିଷ ସ୍ୱଭାବ।

ଝିଅ ହେଇ ଜନ୍ମ ହେବା ଏଠି ଅଭିଶାପ,

ପୁଅ ହୁଏ ପୂଣ୍ୟ ଫଳ ଝିଅ ହୁଏ ପାପ।

ଧର୍ଷିତା ଲୁଚାଇ ମୁହଁ ଆତ୍ମହତ୍ୟା କରେ,

ଧର୍ଷଣକାରୀ ପୁରୁଷ ମଥା ଟେକି ଚାଲେ।

ଯୈାତୁକ ଯୁଈରେ ଜଳେ ଝିଅର ଜୀବନ,

ସୁନାର ସଂସାର ହୁଏ ତାପାଇଁ ସପନ।

ରାସ୍ତା କଡେ ଭିକ ମାଗେ ଅବୋଧ ଶୈଶବ,

ଅଳିଆ ଗଦାରୁ ଖୋଜେ ବଞ୍ଚିବାର ଭାବ।

ଭାତ ମୁଠେ ରୁଟି ଖଣ୍ଡେ ହୁଅଇ ସପନ,

ଗଛ ମୂଳ ପୋଲ ତଳ ଶୋଇବାର ସ୍ଥାନ।

ପେଟ ଭୋକ ମାରିବାକୁ ବିକା ହୁଏ ଦେହ,

ପଇସାଟେ ପାଇଁ ଏଠି ମାଆ ବିକେ ପୁଅ।

ଝିଅ ବଞ୍ଚାଅ ଝିଅ ପଢାଅର ବଡ ସ୍ଲୋଗାନ,

ଶିଶୁ ଶ୍ରମିକ ହଟାଅର ବଡ ଅଭିଯାନ,

ସବୁ ଏଠି ଦେଖାଣିଆ ବ୍ୟର୍ଥ ପ୍ରୟୋଜନ।

କାମ ସରିଯାଏ ଏଠି କାଗଜ କଲମରେ,

ଖଟିଖିଆ ଲୋକ କିନ୍ତୁ ଉପାସରେ ମରେ।

ସ୍ୱାଧୀନ ଭାରତର ଏତ ସୁନେଲି ଦୁନିଆ,

ସବୁ ଏଠି ମିଛ ଖାଲି ଟଙ୍କାର କିମିଆ।

ଧଳାର ଚାଦର ତଳେ କଳାର ମହଲ,

ଦୋଷୀ ଏଠି ସବୁବେଳେ ପିନ୍ଧେ ଫୁଲମାଳ।

ମୁକ୍ତ ଭାରତର ଆହେ ମୁକ୍ତ ଜନଗଣ,

ସତ କୁହ ଆମେ କ'ଣ ହୋଇଛେ ସ୍ୱାଧୀନ !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍