STORYMIRROR

Sanskruti Mohanty

Tragedy

4  

Sanskruti Mohanty

Tragedy

ମଉଳା ମନର ମୁକୁଳା କଥା

ମଉଳା ମନର ମୁକୁଳା କଥା

1 min
71

ମୋ ଜୀବନ ଏକ ଦୁଃଖର ଉଆସ,

ସୁଖ ଛାଇ କେବେ ପଡ଼ିବନି,

ଲୁହ ଆଉ କୋହ ଘର କରଣା ମୋ,

ହସ ଖୁସି କେବେ ଆସିବନି।

ଜନ୍ତ୍ରଣା ତ ଅଟେ ବଗିଚା ମୋହର,

ପ୍ରିତୀ ଫୁଲ କେବେ ଫୁଟିବନି,

ଅଜସ୍ର କଳିକା ଝରିଯିବ ପୁଣି,

ପ୍ରସ୍ଫୁଟିତ ହୋଇ ପାରିବନି।

ଆକାଶେ ମୋହର ଦୁଃଖର ବାଦଲ,

ସୁଖ ରବି କେବେ ଉଇଁବନି,

ନଦୀରେ ମୋହର ଲୁହର ଜୁଆର,

ହସର ଉଜାଣି ଆସିବନି।

ଫଗୁଣରେ ଏଠି ହତାଶା ପବନ,

ମଳୟତ କେବେ କହିବନି,

ଚୋରା ଚଇତିର ଚୋରା ସମୀରଣ,

ମୋ ଦେହକୁ କେବେ ଛୁଇଁବନି।

କେତେ ଆଶା କେତେ ସୁନେଲି ସପନ,

ସତ କେବେ ମୋର ହୋଇବନି,

କୁଟା ଖିଅ ପରି ଛିଡିଯିବ ସବୁ,

ଡୋରି ଟିଏ ହେଇ ପାରିବନି।

କୁହୁଳା କାଠର ବେଦନା ମୋହର,

କେହି କେବେ ବୁଝି ପାରିବନି,

ମଉଳା ମନର ମୁକୁଳା କଥାକୁ,

ବୁଝି ନାହିଁ କେହି ବୁଝିବନି।।।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy