STORYMIRROR

lopa samal

Tragedy

3  

lopa samal

Tragedy

ଦନ୍ତା ହାତୀ-୦୨

ଦନ୍ତା ହାତୀ-୦୨

1 min
120


ଦନ୍ତା ହାତୀ ଆସୁଅଛି ଝୁଲି ଝୁଲି

କିଆଁ କନ୍ଦା ଦେବ ଖାଇ,

ଖୋଜି ବୁଲୁଅଛି ବଣ,ନାଳ,ନଇ

ପାଣି ମୁନ୍ଦେ ଦେବ ପିଇ।

ଯେଉଁଠି ଦେଖିବ ମଣିଷ ଇଲାକା

ବଣ ଜଙ୍ଗଲୁ ବୃକ୍ଷ କ୍ଷୟ,

ସର୍ବତ୍ର ଶୁଭୁଚି ବନ୍ଧୁକର ଶବ୍ଦ

ଗୁଳି ବାଜି କ୍ଷତ ଦେହ।

ହାତୀ ପଲ ଦେଖି ଆତଙ୍କ ମଣିଷ

କାଳେ ମାରିଦେବ ଜାଣି,

କୃତ କରମର ଫଳ ଭୋଗୁଛି

ହାତୀ ଦାନ୍ତ ହୀରାମଣୀ।

ମଣିଷ ଗଣୁଛି ହାତୀ ବାଘ ଭାଲୁ

ତାହାକୁ ସେ ନିଜେ ଗଣେ,

ସବୁ ମାରିଖାଇ ଯିବ ସେ ମଣିଷ

ନିଜକୁ ଦେବତା ମତେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy