STORYMIRROR

lopa samal

Drama Others

4  

lopa samal

Drama Others

ନିମ୍ବ ଦାରୁ ବ୍ରହ୍ମ

ନିମ୍ବ ଦାରୁ ବ୍ରହ୍ମ

1 min
42

ନିମ୍ବ ଦାରୁ ବ୍ରହ୍ମ କଳା ପୂର୍ଣ୍ଣ ତମ

ଶୂନ୍ୟ ଦେହି ଅଧୀଶ୍ଵର,

ଅଧାଗଢ଼ା ଦିଅଁ ଆହେ ପିତବାସ 

ଜ୍ୟୋତିର୍ମୟ ଗଙ୍ଗାଧର।

ବାର ମାସେ ପ୍ରଭୁ ଭିନ୍ନ ରୂପ ବହି 

ପୂଜା ପାଅ କଳା ଶଶୀ,

ଗଳାରେ ତୁମର ଶୋଭା ପାଉଛି

ପୁଷ୍ପ ଦୟଣା ତୁଳସୀ।

ମାର୍ଗଶୀର ମାସେ ତୁମେ ହେ କେଶବ 

ପୈ।ଷମାସେ ନାରାୟଣ,

ମାଘମାସେ ପ୍ରଭୁ ରୂପ ଯେ ମାଧବ

ଫାଲଗୁନେ ହେ ଗୋବିନ୍ଦ।

ଚୈତ୍ର ମାସେ ତୁମ ମହା ବିଷ୍ଣୁ ନାମ

ବୈଶାଖେ ମଧୁସୂଦନ,

ଜୈଷ୍ଠ ମାସେ ତୁମ ମହା ବିଷ୍ଣୁ ନାମ

ଆଷାଡେ କଳା ବାମନ।

ଶ୍ରାବଣ ମାସରେ ନାମ ଯେ ଶ୍ରୀଧର 

ହୃଷିକେଶ ଭାଦ୍ରବ ରେ,

ଆଶ୍ୱିନ ମାସରେ ତୁମେ ପଦ୍ମନାଭ 

ଦାମୋଦର କାର୍ତ୍ତିକ ରେ ।

ଅସୀମ ଅନନ୍ତ ତୁମେ ଅପ୍ରମେୟ 

ଜଗା ଯୁଗ ଯୁଗାନନ୍ତର,ନିମ୍ବ ଦାରୁ ବ୍ରହ୍ମ କଳା ପୂର୍ଣ୍ଣ ତମ

ଶୂନ୍ୟ ଦେହି ଅଧୀଶ୍ଵର,

ଅଧାଗଢ଼ା ଦିଅଁ ଆହେ ପିତବାସ 

ଜ୍ୟୋତିର୍ମୟ ଗଙ୍ଗାଧର।

ବାର ମାସେ ପ୍ରଭୁ ଭିନ୍ନ ରୂପ ବହି 

ପୂଜା ପାଅ କଳା ଶଶୀ,

ଗଳାରେ ତୁମର ଶୋଭା ପାଉଛି

ପୁଷ୍ପ ଦୟଣା ତୁଳସୀ।

ମାର୍ଗଶୀର ମାସେ ତୁମେ ହେ କେଶବ 

ପୈ।ଷମାସେ ନାରାୟଣ,

ମାଘମାସେ ପ୍ରଭୁ ରୂପ ଯେ ମାଧବ

ଫାଲଗୁନେ ହେ ଗୋବିନ୍ଦ।

ଚୈତ୍ର ମାସେ ତୁମ ମହା ବିଷ୍ଣୁ ନାମ

ବୈଶାଖେ ମଧୁସୂଦନ,

ଜୈଷ୍ଠ ମାସେ ତୁମ ମହା ବିଷ୍ଣୁ ନାମ

ଆଷାଡେ କଳା ବାମନ।

ଶ୍ରାବଣ ମାସରେ ନାମ ଯେ ଶ୍ରୀଧର 

ହୃଷିକେଶ ଭାଦ୍ରବ ରେ,

ଆଶ୍ୱିନ ମାସରେ ତୁମେ ପଦ୍ମନାଭ 

ଦାମୋଦର କାର୍ତ୍ତିକ ରେ ।

ଅସୀମ ଅନନ୍ତ ତୁମେ ଅପ୍ରମେୟ 

ଜଗା ଯୁଗ ଯୁଗାନନ୍ତର,

ଭକତ ବତ୍ସଳ ଭାବବିନୋଦିଆ

ଭାବେ ଭର ମୋ ଅନ୍ତର।

କାଳିଆ ରତନ ଭକତର ଧନ

ମାଗୁଣି ସେ ଭାବଗ୍ରାହୀ,

ନୀଳାଚଳ ଧାମେ ପୂଜା ପାଉଥାଅ

ଜଗନ୍ନାଥ ନାମ ବହିଯୁଗାନନ୍ତର

ପ୍ରଭୁ ଜଗନ୍ନାଥଙ୍କ ନାମ ବହି ।

ଭକତ ବତ୍ସଳ ଭାବବିନୋଦିଆ

ଭାବେ ଭର ମୋ ଅନ୍ତର।

କାଳିଆ ରତନ ଭକତର ଧନ

ମାଗୁଣି ସେ ଭାବଗ୍ରାହୀ,

ନୀଳାଚଳ ଧାମେ ପୂଜା ପାଉଥାଅ

ଜଗନ୍ନାଥ ନାମ ବହି

ପ୍ରଭୁ ଜଗନ୍ନାଥଙ୍କ ନାମ ବହି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama