STORYMIRROR

lopa samal

Drama Others

3  

lopa samal

Drama Others

ପ୍ରଭୁ ପାଦପଦ୍ମେ ରଖିବି ମୁଁ ଲୟ

ପ୍ରଭୁ ପାଦପଦ୍ମେ ରଖିବି ମୁଁ ଲୟ

1 min
43


 ଭକତ ଜୀବନ ଆହେ ଭକତଙ୍କ ଧନ

 ନନ୍ଦିଘୋଷ ରଥେ ଟାଣ ଭକତଙ୍କ ମନ,

 ଅପଲକ ଦୃଷ୍ଟି ତବ ଚାହିଁଛି ଜଗତ

 ଛପନ ପଉଟି ଭୋଗ ଖାଅ ଜଗନ୍ନାଥ।

ଭାବଵିନୋଆ ମୋର ଭାବର ଠାକୁର 

ଖୋଲିଦିଅ ଜଗା ତବ ରତନ ଭଣ୍ଡାର,

ଦାରୁ ବ୍ରହ୍ମ ଦିଅଁ ପ୍ରଭୁ ଜୀବନ୍ତ ଠାକୁର 

ବାର ବରଷରେ ହୁଅ ନବକଳେବର।

  କୋଟି ବ୍ରହ୍ମାଣ୍ଡର ରାଜା ରାଜା ଅଧିଶ୍ବର 

   କରଯୋଡି ଭକ୍ତ ଦୁଃଖ ଜଣାଏ ଛାମୁର,

   ବ୍ରହ୍ମା,ବିଷ୍ଣୁ,ଶିବ, ଇନ୍ଦ୍ର,ଯକ୍ଷ,ମାନବ କିନ୍ନର 

   ଜନଜଗତରେ ତୁମ ଲୀଳା ଅଗୋଚର।

 ଗରବ ଗଞ୍ଜନ ଗରବ ଖଣ୍ଡନ କାରୀ

 ଅବତାର ଧର ପ୍ରଭୁ ଦଶ ଅବତାରୀ,

 ଅରୂପ ଆକାର ଜଗା ତୁମେ ନିରାକାର 

ନିର୍ଗୁଣ ସଗୁଣ ଆହେ କରୁଣା ସାଗର।

  ତିନି ଭୁବନର ନାଥ ନୀଳାଦ୍ରି ବିହାରୀ 

   ସର୍ବ କୃପାମୟ ଢାଳ ଅମୃତର ବାରୀ,

   ଜଗତର ନାଥ ତୁମେ ଦେବତା ବିସ୍ମୟ 

   ପ୍ରଭୁ ପାଦପଦ୍ମେ ମୁହିଁ କରୁଅଛି ଲୟ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama