STORYMIRROR

lopa samal

Drama Others

3  

lopa samal

Drama Others

ହେ ବିସ୍ମୟ ଦେବତା

ହେ ବିସ୍ମୟ ଦେବତା

1 min
17

ଉକ୍ରଳ ମାତାଙ୍କ ଆରାଧ୍ୟ ଦେବତା 

   ବିସ୍ମୟ ତୁମ ସର୍ଜନା,

କେଉଁଠି କିପରି କେଉଁ ରୂପେ ତୁମ୍ଭ 

   ମାନବୀୟ ଆରାଧନା।

ଚିନ୍ତା ଚେତନା ରେ ଭାବ ଭାବନା ରେ

  କେନ୍ଦ୍ର ବିନ୍ଦୁ କଳା ଦିଅଁ,

ଯୁଗ ଯୁଗ ଧରି ନିଳାଚଳ ଧାମେ

   ଭକ୍ତ ମେଳେ ପୂଜା ପାଅ।

ଅବିନାଶ ତୁମେ ବିସ୍ମୟ ଦେବତା 

   ନାହିଁ ତୁମ ପାଦ ହାତ ,

କୋଟି ଓଡିଆଙ୍କ ହୃଦୟ ନାୟକ 

   ଏକା ତୁମ୍ଭେ ଜଗନ୍ନାଥ।

ଶ୍ରୀ ରାମ ଶ୍ରୀ କୃଷ୍ଣ ପୁରୁଷ ଉତ୍ତମ 

    ହରି ନାମେ ପୂଜା ପାଅ,

ସଂସାର ସାଗର ତୁମ ଖେଳାଘର 

 ସବୁରି ହୃଦୟେ ଥାଅ।

ତୁମ୍ଭେ ପ୍ରାଣ‌ବିନ୍ଦୁ ତୁମ୍ଭେ କୃପା ସିନ୍ଧୁ 

    ଅନାଦି ହେ ଅଣାକାର,

ଅଭେଦ ଅରୂପ ସୁଗୁଣ ଅଚ୍ୟୁତ 

   ତୁମ୍ଭେ ବ୍ରହ୍ମା ବିଷ୍ଣୁ ହର ।

ହେ ଦିନ ବାନ୍ଧବ ଶରଣ ରକ୍ଷକ

   ଦୁଃଖ କର ନିବାରଣ,

ହୃଦ ସିଂହାସନେ ବସ ହେ କାଳିଆ 

   ଓଡ଼ିଆ ପ୍ରାଣର ପ୍ରାଣ ।

ପରିଚୟ ମୋର ତୁମେ ହେ କାଳିଆ 

   ତୁମେ ହିଁ ଆସରା ମୋର,

ମୋ ଲେଖନୀ ମୁନେ ଝରାଇ ଦେଇଛ 

    ବଂଇଁଶୀର ସପ୍ତ ସ୍ଵର।

    



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama