ଅହଲ୍ଯା ଉଦ୍ଧାର
ଅହଲ୍ଯା ଉଦ୍ଧାର
ତାଡକା ସୁବାହୁ ବଧଶେଷେ ସେହୁ
ବିଶ୍ବାମିତ୍ର ମୁନି ହରଷ
ପ୍ରସ୍ଥାନ ଉଦ୍ଯତ ହୋଇ ସୁ‐ପ୍ରସ୍ତୁତ
ଗହନ ବନରେ ପ୍ରବେଶ ।
ସେକାଳେ ଶ୍ରୀରାମ ବୋଇଲେ ଭୋ ମୁନି
କାମ୍ଯକ କାନନ ଭ୍ରମିବାକୁ ମନ
ବଳିଛି ହେ ଦେଖିବୁ ବେନି ।
ରାମ ବାଣୀ ଶୁଣି ବିଶ୍ବାମିତ୍ର ମୁନି
ସନ୍ତୋଷ ମନରେ ଅରଣ୍ଯେ
ଅଟବୀ ଗହଳେ ଘେନିଣ ଚଳିଲେ
ତହୁଁ ସେ କାମ୍ଯକ କାନନେ ।
କୁମରେ ଦେଖ ଦେଖ ଶୋଭା କେସନ
ବୂକ୍ଷ , ତରୁ ,ଲତା କୁସୁମେ ମଣ୍ତିତା
ଫଳ ଭାରେ ଭରା ଏ ବନ ।
ବନପ୍ରିୟ ଋତ ମଧୁର ସଂଗୀତ
କରଇ ପ୍ରାଣ ବିହ୍ବଳିତ
ନାନା ପକ୍ଷୀଙ୍କର କୁଜନ ସୁସ୍ବର
ହରୁଅଛି ସଭିଙ୍କ ଚିତ୍ତ ।
ଶ୍ବାପଦେ ଦେଖ ତୋଷମନେ କ୍ରୀଡନ୍ତି
ତେଜି ମନୁ ରାଗ ବହି ଅନୁରାଗ
ସଭିଏଁ ସରାଗେ ଚଳନ୍ତି ।
କି ! ସୁନ୍ଦର ବନ ମୋହି ନିଏ ମନ
ଅଟଇ ଏ କାମ୍ଯକ ନାମ
ବହୁ ମୁନି ଋଷି ସିଦ୍ଧ ଓ ତପସ୍ବୀ
ରହିଛନ୍ତି କରି ଆଶ୍ରମ ।
ଦେଖ ହେ ନିଘଞ୍ଚ ଗହନ ସେବନେ
ଚଳିଲେ ବିଥୀରେ , ବିପିନ ଭିତରେ
ତିନିହେଁ ଆନନ୍ଦିତ ମନେ ।
ଏଥୁ ଅନନ୍ତରେ , ମହା ବନସ୍ତରେ
ତରୁ‐ ବ୍ରତତୀରେ ଗହଳ
ଚାଲୁ ଚାଲୁ ପଥେ ସହସା ତୁରିତେ
ରାମ ପାଦ ବାଜି ଉପଳ ।
ସୁନାରୀ ବେଶ, ଭୂଷା ,କାନ୍ତି ମଞ୍ଜୁଳ
ସାଜି ରାମ ପଦ , ବନ୍ଦନେ ଆନନ୍ଦ
କରନ୍ତି ଅହଲ୍ଯା ତତ୍କାଳ ।
ମଧୁମୟୀ ହାସେ , ବୋଇଲେ ହରଷେ
ପତି ଶାପେ ମୁହିଁ ଉପଳ
ଅଷ୍ଟ ବର୍ଷ କାଳ ଏଥେ ଦୁଃଖ ଜାଳ
ସହି ରହି ଥିଲି କରିଲ ।
ଉଦ୍ଧାର କିମାଶ୍ଟର୍ଯ୍ଯ ମତ ପରର
ପୁଚ୍ଛିଲେ ଶ୍ରୀରାମ , କୁହ ବିସ୍ତାରିଣ
ନାରୀ କିପାଁ ହେଲେ ଉପଳ ।

