ନାରୀ ମୋ କାହାଣୀ
ନାରୀ ମୋ କାହାଣୀ
ମାତୃଗର୍ଭରୁ ଆରମ୍ଭ ମୋ ଯନ୍ତ୍ରଣା
ଯେବେ ମମତା ଓ ଘୃଣା ର ଘଟିଲା ଦୁର୍ଘଟଣା
ଧରଣୀ ରାଣୀ କୋଳରେ ଖେଳାଇଲା ଝୁଲଣା
ସେନେହ ରେ ବଢିଲା ଭରଣପୋଷଣା
ଆରମ୍ଭ ହେଲା ଯେବେ ପାଠ ପଢାର ଝରଣା
ମନରେ ସଂଚିଲା ଅନେକ ସଂଚରଣ
ସମାଜ ଶୁଣାଇଲା ମନ୍ତ୍ରଣା
ଚାଲିଲା ବର ଦେଖଣା
ଯୌତୁକ ରାକ୍ଷସ ଭକ୍ଷଣ କଲେ ଖଜଣା
ହେଲା ସାଥେ ଛଳନା
ଅସାଧୁ ର ନୁହେଁ କାଠ ଖେଳଣା
ଆତ୍ମସମ୍ମାନ ପାଇଁ ଧାରଣା
ସଶକ୍ତି କରଣର ପ୍ରେରଣା ।
