Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Swatishree Pandit

Drama Action Others

4.0  

Swatishree Pandit

Drama Action Others

ଆଜିର ସାବିତ୍ରୀ

ଆଜିର ସାବିତ୍ରୀ

1 min
118



ସବୁଦିନ ଯିଏ ଗରଗର

ଆଜି କରୁଛି ନମସ୍କାର

ଚାଟ ଗୁପ୍ ଚୁପ୍ ରେ ମନ ଯାର

ରଖିଛି ଉପବାସ ତାର

କହୁଛି ଆଜି ସାବିତ୍ରୀ ତାର ।


ଦ୍ୱାହି ଦେଇ ଆଧୁନିକତାର

ନାଇଟି ପରିଧାନ ଯାର

ମଥାରେ ଦେଇ ପାଟ ଓଢଣୀ ତାର

ମନ୍ଦିରରେ ମାଗିବ ବର

କହୁଛି ଆଜି ସାବିତ୍ରୀ ତାର ।


ପଢିବ ସେ ସାବିତ୍ରୀ ଉପାଖ୍ୟାନ 

ଚ଼କିତ ତାର ସତ୍ୟବାନ

ଯନ୍ତୁପତି ଠୁ ଆଣିବ ସେ ଜୀବନ

ରହିବ ସଂପର୍କ ଚିରଦିନ

କହୁଛି ଆଜି ସାବିତ୍ରୀ ତାର ।


ପତିର ସୌଭାଗ୍ୟ ସିନ୍ଦୁର

ପାଦେ ଅଳତା ଘୁଙ୍ଗୁର

ଆହେ ପତି ପରମେଶ୍ୱର

ଖାଲି ଦିନ ରେ ପରା ନାଚାର

କହୁଛି ଆଜି ସାବିତ୍ରୀ ତାର ।


ଦ୍ଭାଙ୍ଗିବନି ସତିତ୍ବ ତାର

ଏତିକି ଆହ୍ୱାନ ମୋର

ପରସ୍ପରକୁ ଦେବ ସମ୍ମାନ

ଦିବ ଯଦି ଦିଅ ଏତିକି ଦାନ

କହୁଛି ଆଜି ସାବିତ୍ରୀ ତାର ।



Rate this content
Log in

Similar oriya poem from Drama