STORYMIRROR

Swatishree Pandit

Inspirational Others

4  

Swatishree Pandit

Inspirational Others

ଆଧୁନିକତା ର ସ୍ପର୍ଶରେ

ଆଧୁନିକତା ର ସ୍ପର୍ଶରେ

1 min
251

ଅସ୍ତରାଗର ସୁନେଲି କିରଣରେ

ଅଦିନିଆ ମେଘମଲ୍ଲାର ସାଥିରେ

ଅନିର୍ଦ୍ଦିଷ୍ଟ ଭୌଗୋଳିକ ପରିଧିରେ

ଅସ୍ମରଣୀୟ ସ୍ମୃତି ଭିତରେ

ଆଧୁନିକତା ର ସ୍ପର୍ଶରେ . . . . . । ୧।


ଅମଡ଼ାବାଟର ଯାତ୍ରୀ ସଜାଉଛି

ଅସମ୍ଭବ ସବୁ ସମ୍ଭବ ଲାଗୁଛି

ଅଣନିଃଶ୍ଵାସୀ ହୋଇ ଆସୁଛି

ଅବ୍ୟର୍ଥ ନିଶ୍ଚେତକ ସାଜୁଛି

ଆଧୁନିକତା ର ସ୍ପର୍ଶରେ . . . . . । ୨।


ଅପସଂସ୍କୃତିର ବସିକରଣରେ

ଅନବରତ ଭୃକୁଞନରେ

ଆସକ୍ତର କୁ ହାଟରେ

ଆଙ୍କିବାକୁ କାନଭାସ

ଆଧୁନିକତା ର ସ୍ପର୍ଶରେ . . . . . । ୩।


ଆଭିଜାତ୍ୟର ମଣିଷ ପଣିଆରେ

ଅନ୍ଧକାରର ପଣତ କାନିତଳେ

ଅଧୋଗତିର ଦ୍ଵାର ଦେଶରେ

ଅଜବ ଇଙ୍ଗିତ କରେ

ଆଧୁନିକତା ର ସ୍ପର୍ଶରେ . . . . . । ୪।


ଆଦର ସମ୍ମାନ ସାତସପନ

ଅସୁମାରୀ ଭାବନାର ମନ

ଅର୍ଥହୀନ ଶବ୍ଦର ମେଳନ

ଅବିଚଳିତ କରେ ଆନମନ

ଆଧୁନିକତା ର ସ୍ପର୍ଶରେ . . . . . । ୫ ।


ଅଶାନ୍ତ୍ ହୃଦୟର କୋହକୁ

ଅସନ୍ତୋଷର ଭାବକୁ

ଅନ୍ତର୍ଦ।ହର ବେଦନାରେ

ଅଭିନୟର ଛଳନାରେ

ଆଧୁନିକତା ର ସ୍ପର୍ଶରେ . . . . . । ୬।


ଅଂହକାରୀ ହୋଇ ଉଠେ

ଅଭାବ ଅନଟନର ମଣିଷ

ଆଶକ୍ତି ପଣିଆରେ

ଅସହ୍ୟ ମାନସିକ ଚାପରେ

ଆଧୁନିକତାର ସ୍ପର୍ଶରେ . . . . . . I୭I


ଅନିତୀ ଦୁର୍ନିତି ଘଟାଇ

ଅର୍ଜିଲେ ବହୁତ ସଞ୍ଝଲେ ବହୁତ

ଅନର୍ଥର କାରଣ ସାଜି

ଅସ୍ଥିତ୍ଵ ନିଜର ହରାଇ

ଆଧୁନିକତାର ସ୍ପର୍ଶରେ . . . . . . I୮I


ଅନ୍ତିମ ମୁହୂର୍ତ୍ତରେ

ଅସହ୍ୟ ଜାତନା ରେ

ଅପେକ୍ଷାର ଦ୍ଵାରରେ

ଆଧୁନିକତାର ସ୍ପର୍ଶରେ . . . . . . I୯ ।


Rate this content
Log in

Similar oriya poem from Inspirational