କାଳିଆ
କାଳିଆ
ଉଡୁଛି ମୋ ମନ
ଦଖିବାକୁ ଚକାନୟନ
ଆଖିରେ ଆଖିଏ ସପନ
ଅଢେଇ ଦିନିଆ ଏ ଜୀବନ
କାଳିଆ କାଳିଆ ........(୧)
ଯିବି ମୁଁ ଶ୍ରୀକ୍ଷେତ୍ର
କରିବି ତୁମ ଦରଶନ
ମିଳିବ କି ତୁମ ଛଡ଼ା ଚନ୍ଦନ
ତୁମେ ମୋ ଗଣ୍ଠିଧନ
କାଳିଆ କାଳିଆ ........(୨)
ରଙ୍କୁଣୀର ଧନ
ଯଶୋଦା ନନ୍ଦନ
କରୁନାହିଁ ଅଭିମାନ
କରୁଛି ବନ୍ଦନ
କାଳିଆ କାଳିଆ ........(୩)
ହାତରେ ଅଳ୍ପ ଦିନ
ମରଣ କାଳେ ଦେବ ଟିକେ ଦରଶନ
ଚ଼କାନୟନ ମୋ ଚ଼କାନୟନ
ରଖିବ ମୋ ମାନ
କାଳିଆ କାଳିଆ ........(୪)
