STORYMIRROR

Swatishree Pandit

Drama Action Inspirational

4  

Swatishree Pandit

Drama Action Inspirational

ନାରୀ

ନାରୀ

1 min
363

ସୃଷ୍ଟିର ଅନୁପମ ସୃଜନଟିଏ

ଜୀବନ ସଂଚାର ର ମାଧ୍ୟମଟିଏ

ବାପାଙ୍କ ଚୁଲବୁଲି ପରିଟିଏ

ପ୍ରେମର ଝରଣାଟିଏ

ସେ ନାରୀଟିଏ.............(୧)


ଦୟାକ୍ଷମାର ସେ ଗନ୍ତାଘର

ନିଜ ଭିତରେ ନିଜେ ସେ ପୂର୍ଣ୍ଣତାର

କୋଟି ପୁଣ୍ୟବଳେ ଜନମ ତାର

ଦୁହିତା ରୁପେ ଦୁଇ କୁଳର

ସେ ନାରୀଟିଏ.............(୨)


ବିବର୍ଣ୍ଣ କଳୁଷିତ ସ୍ଵାର୍ଥରେ

କାମୁକ ପୁରୁଷର ଲୋଲୁପ ଦୃଷ୍ଟିରେ

ଯୌବନ ଭକ୍ଷକ ରାକ୍ଷସଙ୍କ ଦ୍ୱାରାରେ

ଧର୍ଷିତା ଆଜି ସଂଘର୍ଷ ପଥରେ

ସେ ନାରୀଟିଏ.............(୩)


ଯୌତୁକ ନିର୍ଯ୍ୟାତନା ଏଠି

ବୁଝେନାହିଁ ସମାଜ ଏଠି

ମିଥ୍ୟା ପାଖେ ସତ୍ୟବନ୍ଦା ଏଠି

ଚିତ୍କାର କଲେ ବି ମିଳେନି ନ୍ୟାୟଏଠି

ସେ ନାରୀଟିଏ.............(୪)


ଅନ୍ୟାୟର ନାରାବାଜେ

ଆଇନ ଗାନ୍ଧାରୀ ସାଜେ

ଭଦ୍ର ମୁଖା ସଇତାନଙ୍କ ମାୟାରେ

ରାଜନିତୀର ପଶାପାଲିରେ

ସେ ନାରୀଟିଏ.............(୫)


ନାରୀ ଅଟେ ପୂଜନୀୟ ସଭିଏଁ କୁହନ୍ତି

କାହିଁ ଅତ୍ୟାଚାର ଦୁଷ୍କର୍ମ କରନ୍ତି

କେତେ ଅପବାଦର ଶଯ୍ୟାରେ

କଳଙ୍କ ର ଶିରପା ଭିତରେ

ସେ ନାରୀଟିଏ.............(୬)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama