STORYMIRROR

Swatishree Pandit

Classics Inspirational Others

3  

Swatishree Pandit

Classics Inspirational Others

ପାର୍ବଣର ଆଗମନ

ପାର୍ବଣର ଆଗମନ

1 min
176


ସବୁଜ ବନାନୀ ଓଢ଼ଣୀ ମେଳରେ

କାଶତଣ୍ଡୀ ହସେ ପ୍ରକୃତି କୋଳରେ।


ଶାନ୍ତ ସ୍ନିଗ୍ଧର ଶାରଦୀୟ ସକାଳେ

ଶୁଭ୍ର ହାସ୍ୟ ନଦୀ ପଠା ଉଚ୍ଛୁଳେ।


ଧରା ଅବତରୀ ମହିଷାମର୍ଦ୍ଦିନୀ

ଚ଼ତୁର୍ଦ୍ଦିଗରେ କମ୍ପେ ମନ୍ତ୍ରର ଧ୍ଵନୀ।


ଅପୂର୍ବ ବର୍ଣ୍ଣ ବିଭାରେ ଉଦ୍ଭାସିତ

ପାର୍ବଣର ରାଣୀକୁ କରି ସ୍ଵାଗତ ।


ଉଦ୍ଦୀପନା ଉତ୍ସାହରେ ଭରିଯାଏ

ସମୀର ମଧୁର ମୂର୍ଚ୍ଛନାଳରେ ଗାଏ ।


ପ୍ରେମିକ କବିର ମନ ଆନମନା

ଆଙ୍କିଚାଲେ ତା' ହୃଦୟର ଭାବନା।


ଜୀବନର ସଜ୍ଞା ବଦଳେ ନିଇତି

ଘୃଣାର ବ୍ୟଞ୍ଜନରେ ନାରୀ ପଡ଼େ ବଳି।


ଦୁର୍ଗତିନାଶିନୀ ଦୁଃଖ ବିନାଶିନୀ

ତୁମେ ମା' ରୁଦ୍ରାଣୀ କାଳୀ କାତ୍ୟାୟନୀ।


ମୃଣ୍ମୟୀ ମୂର୍ତ୍ତିରେ ମାତା ଦଶଭୁଜା

ଅତ୍ୟାଚାରୀ ପାପୀ ପାଇବେ କି ସଜା ।


କାମ କ୍ରୋଧାଗ୍ନିରେ କାମୁକ ଜର୍ଜରିତ

ଉଦ୍ଧାରି ଚରଣେ ଦିଅ ମା' ଆଶ୍ରିତ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics