STORYMIRROR

Swatishree Pandit

Abstract Others

4  

Swatishree Pandit

Abstract Others

ପ୍ରତୀକ୍ଷା

ପ୍ରତୀକ୍ଷା

1 min
260


ପ୍ରତୀକ୍ଷାରେ ଭରା ଉଚ୍ଛ୍ଵାସ

ଅପ୍ରାପ୍ତି ହୃଦୟର ଅକ୍ରୋଶ

ସମର୍ପିତ ଭାବନାର ଉଦ୍ଦେଶ୍ୟ

ମନ ଭିତରେ ଅସୀମ ଉଲ୍ଲାସ

ଘଟିବ କି ପ୍ରତୀକ୍ଷାର ଅନ୍ତ . . . . . . . । ୧।


ଅଖିପତାରେ ଲୁହ

ମନଭତରେ କୋହ

ସମୟ ର ଅଭୁତ ପ୍ରବାହ

ପ୍ରଶ୍ନ କରୁଛି ଜୀବନ କହ

ଘଟିବ କି ପ୍ରତୀକ୍ଷାର ଅନ୍ତ . . . . . . . । ୨।


କେମିତି ମୁକୁଳେଇ ବି ଅତୀତ

ପ୍ରତାରଣା ରେ ଚ଼କିତ

ହେଉଛି ସ୍ମୃତି ଉଜ୍ଜିବିତ

ଚାହିଁ ରହିଛି ବାଟ ଅବିରତ

ଘଟିବ କି ପ୍ରତୀକ୍ଷାର ଅନ୍ତ . . . . . . . । ୩।


ହୃଦୟର ଦୃତ କମ୍ପନ ଭିତରେ

ଅତୀତର ପୃଷ୍ଠାରେ

ତାତ୍ସଲ୍ୟ ଭରା ପ୍ରଶ୍ନରେ

ପ୍ରତୀକ୍ଷାର ଅନ୍ତହୀନ ଦ୍ଵାରରେ

ଘଟିବ କି ପ୍ରତୀକ୍ଷାର ଅନ୍ତ . . . . . . . । ୪।


Rate this content
Log in

Similar oriya poem from Abstract