ଜଗନ୍ନାଥ ଭଜନ
ଜଗନ୍ନାଥ ଭଜନ
ବଡ଼ଦେଉଳିଆ ବଡ଼ ପଣିଆ
ମୟୂର ଚୂଳିଆ ନୀଳାଚ଼ଳିଆ
ଚକା ଆଖିଆ ଭାବବିନୋଦିଆ
ଦରଶନ ପାଇଁ ହୋଇଛି ଠିଆ
କାଳିଆ କାଳିଆ ସୁନା କାଳିଆ ।
ବଡ଼ଠାକୁର ବଡ଼ଦାଣ୍ଡ ଯାହାର
ପତିତପାବନ ବାନା ଉଡ଼େ ଫରଫର
ଭାବର ଠାକୁରକଳା ଠାକୁର
ଭରି ଦିଅ ଭାବଭକ୍ତି ହୃଦେ ମୋହର
କାଳିଆ କାଳିଆ ସୁନା କାଳିଆ ।
ଦିନବନ୍ଧୁ ଆହେ ଜଗତବନ୍ଧୁ
ତୁମେ ପରା କୃପାସିନ୍ଧୁ
ଦରଦୀର ଦରଦୀ ବନ୍ଧୁ
ଗୋବିନ୍ଦ ମକରନ୍ଦ ହୃଦଛନ୍ଦ
କାଳିଆ କାଳିଆ ସୁନା କାଳିଆ ।
ଅଖିଳ ବ୍ରହ୍ମାଣ୍ଡପତି
ନିରାକାର ଶ୍ୟାମଳ ମୂରତି
ଜଗତପତି ଦିଅ ମୁକତି
ତୁମ ନାମ ରେ ଦିନ ଯାଉ ବିତି
କାଳିଆ କାଳିଆ ସୁନା କାଳିଆ ।
