Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ansuman Swain

Abstract Classics

4  

Ansuman Swain

Abstract Classics

ସୁନା ସଂସାର

ସୁନା ସଂସାର

1 min
212



କେଡେ ମଧୁର ନାମଟି ତାର

ପାଞ୍ଚ ଅକ୍ଷରେ ସିଏ ଆଧାର

         ଶାନ୍ତି ଭରିଦିଏ 

                    ହୃଦୟେ ଆମର,

 ଆମ ସଂସାର ସୁନ୍ଦର ଦିଶେ

 ଧୂପ ଦୀପରେ ସିଏତ ବାସେ

       ସବୁବେଳେ ଲାଗଇ

                       ସରଗ ପୁର ।

ଝାଟି ମାଟିରେ ସିଏ ଗଛିତ

ଝଡ଼ ଝଞ୍ଜାରେ ସିଏତ ମିତ

     ସୁରକ୍ଷାର ସଦା

                ସିଏ ପ୍ରତୀକ ,

ନୟନେ ଭରେ କେତେ ସପନ

ସୁଖ ଶାନ୍ତିରେ କଟେ ମୋ ଦିନ

        ଛାଇ ଆଲୁଅ ଦିଏ

                     ସିଏ ଅନେକ ।

ମନ୍ଦିର ପରି ସିଏତ ହସେ

ପର ଆପଣା ସବୁ ସେ ତୁଚ୍ଛେ

             ସଭିଙ୍କୁ ହସାଏ 

                    କୋଳରେ ତାହାର,

ବରଷା ଖରା ସବୁ ସେ ସହେ

ଶୀତ କାକର ବରଷ ବାହେ

         ଏହି ତ ମୋର ଛୋଟ

                            ସୁନାର ଘର ।।

 


Rate this content
Log in