STORYMIRROR

Anupama Sahu

Abstract Others

3  

Anupama Sahu

Abstract Others

ମାର ନାହିଁ ମୋତେ ଚୋଟ ଟିଏ

ମାର ନାହିଁ ମୋତେ ଚୋଟ ଟିଏ

1 min
182


ଗଛଟିଏ ମୁହିଁ ଗଛଟିଏ 

ମଣିଷ ଭାଇର ସାଥୀଟିଏ

ପତ୍ର,ଫୁଲ,ଫଳ,ଚେର ମୋର

ସବୁ ତାକୁ ଦାନ ଦେଇ ଦିଏ

ଦୂଷିତ ବାୟୁକୁ ଶୋଷି ନେଇ

ଅମ୍ଳଜାନେ ସୃଷ୍ଟି ଭରି ଦିଏ

ଗଛଟିଏ ମୁହିଁ ଗଛଟିଏ। ୧।


ମାର ନାହିଁ ମୋତେ ଚୋଟଟିଏ

ମୋର ବଂଶ ଯଦି ନାଶ ଯିବ

କେମିତି ବଞ୍ଚିବ କୁହ କିଏ

ଏନ୍ତୁଡି ଶାଳରୁ ଶମଶାନ 

ସଦା ତୋର ପାଖେ ପାଖେ ଥାଏ

ମୁଁ ପରା ତୁମର ବନ୍ଧୁଟିଏ

ଗଛଟିଏ ମୁହିଁ ଗଛଟିଏ। ୨।

   

            

           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract