STORYMIRROR

Antaryami Sahu

Classics Inspirational

4  

Antaryami Sahu

Classics Inspirational

ଭଗବାନ ଶ୍ରୀକୃଷ୍ଣଙ୍କ ରାଧାବେଶ

ଭଗବାନ ଶ୍ରୀକୃଷ୍ଣଙ୍କ ରାଧାବେଶ

1 min
162


କୁଞ୍ଜ କାନନରେ ଦିନେ ରାଧାକୃଷ୍ଣ ଏକ ସ୍ଥାନେ

  କଦମ୍ବ ମୂଳରେ ବସି କରନ୍ତି କେଳୀ,

ଏ ସମୟେ ରାଧାରାଣୀ   କୃଷ୍ଣଙ୍କୁ କହନ୍ତି ବାଣୀ

  ଶୁଣ ହେ ନନ୍ଦନନ୍ଦନ ବରଜ ମାଳୀ ।

    କଥା ଏକ ଆସେ ମନରେ,

ଆଜ ତୁମ୍ଭେ ରାଧା ହୁଅ ମୋ ସମ୍ମୁଖରେ । ।୧। ।

ଶୁଣି କହନ୍ତି ଶ୍ରୀହରି ଶୁଣ ରାଧା ସୁକୁମାରୀ

  କି ନିମନ୍ତେ ରାଧା ହେବି କହ ବୁଝାଇ ,

ବୃଷଭାନୁ ଯେମା କହ  ମନରୁ ଫିଟୁ ସନ୍ଦେହ

  ଶୁଣି ମନପ୍ରାଣ ଧୈର୍ଯ୍ୟ ଧରି ନୁହଁଇ ।

  ସତ୍ୟ କହ ମୋ ଅଗ୍ରତର,

ଛଳନା ନକର ବାରେ ରେ ନାରୀବର । ।୨।।

ରାଧା କହନ୍ତି ବଚନ ଶୁଣ ହେ ମନମୋହନ

  ମୋ ମନ ବେଦନା କିମ୍ଵା ନବୁଝ ତୁମ୍ଭେ,

ଏତେ ଭଲପାଏଁ ମୁହିଁ   ତୁମ୍ଭ ଦୃଷ୍ଟିରେ କି ନାହିଁ

ତୁମ୍ଭ ବିନେ ମନ ପ୍ରାଣ ନ ରହେ ଦମ୍ଭେ ।

  ବ୍ୟାଧ ଜାଳେ ପକ୍ଷୀ ଯେସନ, 

ଛଟପଟ ହୋଇ ରହେ ଜାଳେ ଛନ୍ଦିଣ ।।୩।।

ତୁମ୍ଭ ପ୍ରେମ ଜାଳେ ଛନ୍ଦି  ହୋଇଣ ରହିଛି ବନ୍ଦି

  ମୁକୁଳି ପାରୁନି କିମ୍ଵା କହ ମାଧବ,

ମୋହ ମାୟାର ଉର୍ଦ୍ଧ୍ଵରେ   ତୁମ୍ଭେ ରହି ଥାଅ ଦୁରେ

  ତୁମ୍ଭେ କି ବୁଝିବ ରାଧା ପ୍ରେମର ଭାବ ।

    ଯଦି ତୁମ୍ଭେ ରାଧା ହୁଅନ୍ତ,

ତେବେ ଯାଇ ରାଧା ମନ କଥା ବୁଝନ୍ତ ।।୪।।

ଶ୍ରୀକୃଷ୍ଣ କହନ୍ତି ବାଣୀ  ହେ ବୃଷଭାନୁ ନନ୍ଦିନୀ

   ଯାହା ମନେ ଭାବ ତାହା ସତ୍ୟ ନୁହଁଇ,

ରାଧା-କୃଷ୍ଣ ଏକତନୁ    ନୁହନ୍ତି ଅଭିନ୍ନ ଯେଣୁ

  କେମନ୍ତେ ପାଇବି ଭଲ କାହାକୁ ନେଇ ।

   ପ୍ରେମ ହୁଏ ଅନ୍ୟଜଣକୁ,

ମନପ୍ରାଣ ଦେଇ ହୁଏ ସେହି ଜନକୁ ।।୫।।

ନିଜକୁ ନିଜେ କି କେବେ  ଭଲ ପାଇଛି କି ଭାବେ

  ଧରଣୀରୁ ଗନ୍ଧ ଯେହ୍ନେ ଅଲଗା ନୁହେଁ,

ନଦୀକୁ ଛାଡ଼ି ଲହରୀ  ଯେସନେ ରହିନପାରି

  ଦୁଧରୁ କି ରଙ୍ଗ ଅନ୍ୟତ୍ର କରିହୁଏ ।

    ରାଧା-କୃଷ୍ଣ ପ୍ରେମ ତେସନ,

ଏହି ଭାବ ନବୁଝନ୍ତି ଅଜ୍ଞାନୀଜନ । । ୬।।


କ୍ରମଶଃ . . .

                  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics