STORYMIRROR

Bharatabandhu Biswal

Classics Inspirational Others

4  

Bharatabandhu Biswal

Classics Inspirational Others

ଜଣାଣ

ଜଣାଣ

1 min
192


ହେ ଜଗଦୀଶ  ନୀଳାଚଳ ନାଥ 

ଦିଅ ପ୍ରଭୁ ବାରେ ଶୁଭ ବୁଦ୍ଧି 

ଅନ୍ତଃକରଣ ମୋ ହେଉ ଶୁଦ୍ଧ ପୂତ 

ଦୂର ହେଉ ମନୁ ଦୁରଭିସନ୍ଧି ।

ଧନ ମାନ କୁଳ ଲୋକ ଗଉରବ 

ନବାନ୍ଧୁ ମନରେ ବସା ଅଯଥା

ମହାପ୍ରଭୁ ତୁମେ ସୃଜନ କରତା

ତୁମ ପଦେ ନଉଁ ସଦା ମୋ ମଥା ।

 ଆୟତ୍ତ ବାହାରେ ଘଟୁଅଛି ଯାହା

ହେଉ ଯାହା ଫଳ ଭଲମନ୍ଦ

ସହଜେ ଗ୍ରହଣ କରୁ ମୋ ହୃଦୟ

ମନରେ ନରହୁ ତିଳେ ଦ୍ୱନ୍ଦ ।

ସାହସ ଶକତି ଦିଅ ପ୍ରଭୁ ବାରେ

ଦୁଃସ୍ଥିତି କୁ କରେ ବିନମ୍ରେ ସହ୍ୟ

ଚିହ୍ନେ ଆପଣାକୁ ନିଶ୍ଚିତ ଭାବରେ

ଘୁଞ୍ଚି ଯାଉ ଦୂରେ ମାୟା ଓ ମୋହ ।

ନ କରେ ନକଲ ଅପର ଜନଙ୍କୁ

ଜ୍ଞାନହୀନ ଅଟେ ଯେ ପ୍ରତିସ୍ପର୍ଦ୍ଧା

ହନୁକରଣ ଯେ ଆତ୍ମହତ୍ୟା ତୁଲ୍ୟ

ଶତଗୁଣ ଶ୍ରେୟ ସ୍ୱମୈ।ଳିକତା ।

ଦିଅ ଶୁଭାଶିଷ ପ୍ରଭୁ ଜଗନ୍ନାଥ

ମୂଳମନ୍ତ୍ର ହେଉ ସେବା ଜୀବନେ

ଧ୍ୟାୟେ ମାତାପିତା ଗୁରୁ ପାଦପଦ୍ମ

 ସ୍ୱଧର୍ମ ସଂସ୍କୃତି ଅନୁକ୍ଷଣେ ।



Rate this content
Log in

Similar oriya poem from Classics