କେତେ କୋହ ଥମିଯାଏ
କେତେ କୋହ ଥମିଯାଏ
କେତେ କୋହ ଥମିଯାଏ ସେନେହର ସ୍ପର୍ଶରେ
କେତେ ଘା ଶୁଖି ଆସେ
ଆତ୍ମୀୟ ତା ର ଆଲିଙ୍ଗନରେ ।
କେତେ ରାଗ ରୁଷା ଅଭିମାନ ହଜିଯାଏ
ସମର୍ପଣର ଅମୃତ ଧାରାରେ,
ସମର୍ପଣ ଯଦି ଏକପାଖିଆ ହୁଏ
ଅନ୍ୟ ପାଖରେ ଅହଂଙ୍କାର ଜନ୍ମନିଏ।
ପ୍ରେମ ହୃଦୟ ବନ୍ଧନର ଜାଗା
ନଥାଏ ଏଠି ପାଇବାର ଆଶା ଭରଷା
ଏ ତ କାରବାର ହୃଦୟ ତାର
ସେହ୍ନର ଘର ଭାଙ୍ଗି ଯେବେ ଆଶା ଭରଷା
ମନ ଦୁଃଖ ଆଉ ଶୋକରେ ରହେ ମଲା ଯାଏଁ,
ବଞ୍ଚିବା ବେଳେ ତ କରୁଥାଏ ହତାଦର
ମଲା ପରେ ମିଛ ପ୍ରେମର ବ୍ୟାପାର
ମନେପଡେ ସିଏ ହଜାରେ ଥର ଲୋକଦେଖାଣିଆ ଭାବରେ।
