STORYMIRROR

Antaryami Sahu

Classics Inspirational

4  

Antaryami Sahu

Classics Inspirational

ଉପଦେଶାମୃତମ୍

ଉପଦେଶାମୃତମ୍

1 min
139


ବାଣୀ ବେଗକୁ ଫୁଲ ସମମଣି,

ସହି ହୃଦଗତେ କଟାକ୍ଷ ବାଣୀ ।


ମନର କ୍ରୋଧ ବେଗକୁ ଆକର୍ଷି ,

ବୈରାଗ୍ୟ ସଂଯତ ଦ୍ଵାରା ଅଭ୍ୟାସି ।


ଜିହ୍ଵା ଅଟଇ ରସର ଗୋଲାମ,

ଜିହ୍ଵା ବେଗକୁ କରିଣ ସଂଯମ ।


ଉଦର ଅଟେ ସର୍ବ ଗନ୍ତାଘର,

ଉଦର ବେଗ ସହି ନିରନ୍ତର ।


ଜନନେନ୍ଦ୍ରୀୟ ନିରୋଧ ସଂଯମ,

ଉପସ୍ଥ ବେଗ ଅଟେ ଯାହା ନାମ |


କ୍ରୋଧ ବେଗକୁ କରି ସମ୍ବରଣ,

କ୍ରୋଧଟି ବୁଦ୍ଧି ଭ୍ରଷ୍ଟର କାରଣ ।


ବାଣୀ ବେଗ ମନ ଉପସ୍ଥ ବେଗ,

ଜିହ୍ଵା ବେଗ ଉଦର କ୍ର୍ରୋଧ ବେଗ ।


ଯେ ସଂଯମି ସହ୍ୟକରେ ଛ ବେଗ,

ପୃଥିବୀ ଶାସନେ ସେହିଟି ଯୋଗ୍ୟ ।


ଉଦରର ବୃଦ୍ଧି ଲଘୁ ଭୋଜନେ,

ଗ୍ରାସିବ ନିତ୍ୟ ସ୍ଵଳ୍ପ ପରିମାଣେ ।


ଅତି ପରିଶ୍ରମେ ଦେହ ଦୁର୍ବଳ,

ଦିନୁ ଦିନ ତନୁକ୍ଷୀଣ ସକଳ ।


ବୃଥାଳାପରେ କିବା ପ୍ରୟୋଜନ,

ଅନିୟମ ପ୍ରତି ଆଗ୍ରହ ପୁଣ ।


ତ୍ୟଜି ଭଗବଦ ବିମୁଖ ଜନ,

ବିଷୟାଦି ଲାଳସାରେ ନିପୁଣ ।


ଅତିଭୋଜନ, ଅତି ପରିଶ୍ରମ,

ବୃଥାଳାପ .ଆଗ୍ରହ, ଅନିୟମ ।


ହରି ବିମୁଖ ବିଷୟାଦି ଜନ,

ତେଜ୍ୟା କରିବ ଏହି ଷଡ଼ ଜଣ ।


ଏହି ଷଡ଼ଗୁଣେ ଭକ୍ତି ବିନାଶ,

ଏହା ଜାଣନ୍ତି ମହତ ପୁରୁଷ ।



Rate this content
Log in

Similar oriya poem from Classics