Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Classics Inspirational Others

4  

Bharatabandhu Biswal

Classics Inspirational Others

ଗଙ୍ଗାପୁତ୍ର

ଗଙ୍ଗାପୁତ୍ର

1 min
219



ଏ ମାଟି ପବିତ୍ର ପୂତ ଶତଧାର 

ନଦନଦୀ ମାତା ଗଙ୍ଗା ଧାର,

ଅଟଳ ଭୀଷ୍ମ ପ୍ରତିଜ୍ଞ ସୁପୁତ୍ର ତା

ସତ୍ୟବ୍ରତ,

ବଚନ ଅଲିଭା ଯାର

 ପଥରର ଗାର ।


ଲଢିପାରେ ଶତ ସିଂହ ସମ

ମାନି ନାହିଁ ଜୀବନରେ ହାର,

ଏ ଦୁନିଆ ଚନ୍ଦ୍ର ସୂର୍ଯ୍ୟ ଆତଯାତ

 ଅଳୀକ ବା ହୋଇପାରେ ,

ଅକାଟ୍ୟ ଶପଥ ତାର

 ଅବ୍ୟର୍ଥ ବି ତାର ଲକ୍ଷ୍ୟ ଭେଦ ।


ନାହିଁ ତା'ର ଆତ୍ମସୁଖ

ଭୟ ନାହିଁ ସମ୍ମୁଖ ସମରେ,

ବିବଶ ନୀରବ କିନ୍ତୁ

କୁରୁସଭା କୁରୁକ୍ଷେତ୍ର

ମୋହାବିଷ୍ଟ ସିଂହାସନ

ଉତ୍ତରାଧିକାରେ,

ନିର୍ଣ୍ଣାୟକ ରକ୍ତର ସଂଗ୍ରାମେ ।


ହେ କେଶବ ଚକ୍ରଧର

ତୁମେ ମାୟାଧର,

ଦେବଦତ୍ତ ଧ୍ୱନି ଶୂନ୍ୟ 

କ୍ରିୟାହୀନ ଶିବଧନୁ ଅକ୍ଷୟ ତୂଣୀର,

ଧୂମିଳ ତ ପ୍ରତିପକ୍ଷ,

ନର ଅବା ନୁହେଁ ନାରୀ

ନାୟକ କିନ୍ନର,

କୁଳପାଳ ସନ୍ଦୀହାନ

ଉତ୍କଟ ବିକାର,

ପାତି ଦିଅ ଶରଶଯ୍ୟା ବୀରଶ୍ରେଷ୍ଠ

 ଭାରତ ଅର୍ଜୁନ,

ବୀରୋଚିତ ଇଚ୍ଛା ମୃତ୍ୟୁ

ବରଂ ଶ୍ରେୟସ୍କର ।

----------



Rate this content
Log in

Similar oriya poem from Classics